ରାଜ୍ୟରେ କେବେ ଆରମ୍ଭ ହେବ ଘରୋଇ ବସ୍ ସେବା ?

ଭୁବନେଶ୍ୱର: ରାଜ୍ୟରେ କେବେ ଆରମ୍ଭ ହେବ ଘରୋଇ ବସ୍ ସେବା। ଲକ୍‌ଡାଉନ୍‌ ଯୋଗୁ ଠପ୍‌  ହୋଇଯାଇଥିବା ଜନଜୀବନ ପୁଣି କେବେ ଗତୀ ଧରିବ। ତାକୁ ହିଁ ସମସ୍ତେ ଅପେକ୍ଷା କରି ବସିଥିବା ବେଳେ ଖୁବ୍‌ଶୀଘ୍ର ଏନେଇ ସରକାରଙ୍କ ତରଫରୁ ସବୁଜ ସଂକେତ ମିଳିପାରେ।

ଏ ନେଇ ସରକାରୀ ସ୍ତରରେ ଖୁବଶୀଘ୍ର ଏକ ବୈଠକ ବସିବ। ପରେ ବୈଠକର ନିଷ୍ପତ୍ତି ଅନୁସାରେ ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା ହେବ ବୋଲି ଆଜି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ମୁଖ୍ୟ ଶାସନ ସଚିବ, ବିଭାଗୀୟ ଅଧିକାରୀ ଓ କରୋନା ସମନ୍ୱୟ କମିଟି ମଧ୍ୟରେ ଖୁବଶୀଘ୍ର ଏକ ବୈଠକ ବସିବାକୁ ଯାଉଛି। ଏଥିରେ ଆଲୋଚନା କରି ନିଷ୍ପତ୍ତି ନେବା ପରେ ରାଜ୍ୟ ଘରୋଇ ବସ୍ ସଂଘ ସହ ଆଲୋଚନା କରାଯିବ।

ବିଭାଗୀୟ ମନ୍ତ୍ରୀ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ବସ୍ ସେବା ଆରମ୍ଭ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ନେବାକୁ କହିଛନ୍ତି। ଦେଶରେ ଏବେ ସୁଦ୍ଧା କେବଳ ଦୁଇଟି ରାଜ୍ୟକୁ ଛାଡ଼ି ଅନ୍ୟ କୌଣସି ରାଜ୍ୟରେ ଘରୋଇ ବସ୍ ସେବା ଆରମ୍ଭ ହୋଇନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

 

You might also like