ଜଳେଶ୍ୱର : ଅଧୁରା ରହିଲା ନିର୍ବନ୍ଧ। ଆଜି ଘରେ ଲାଗିଥାନ୍ତା ବନ୍ଧୁବାନ୍ଧବଙ୍କ ଭିଡ଼। କିନ୍ତୁ ପରିବାରରେ ଏବେ ଶୋକାକୂଳ ପରିବେଶ। ଗତ ଶନିବାର ରୁମ୍ ମେମ୍ ଦ୍ୱାରା ରାଜଧାନାରେ ହତ୍ୟାର ଶିକାର ହୋଇଥିବା ଅଳକାନନ୍ଦାଙ୍କର ଆଜି ଥିଲା ନିର୍ବନ୍ଧ।
ଘରେ ନାହିଁ ଗହଳ ଚହଳ। ପରିବେଶ ପୂରା ଖାଁ ଖାଁ। ହସ ଖୁସିର ସମ୍ଭାର ବଦଳରେ ଚାରିଆଡ଼େ ଛାଇଯାଇଛି ନୀରବତା। ଆଜି ହୋଇଥାନ୍ତା ଅଳକାନନ୍ଦାଙ୍କ ନିର୍ବନ୍ଧ। କିନ୍ତୁ ଶନିବାରରେ ସେହି କାଳ ରାତି ପରିବାରର ହସ ଖୁସି ଛଡ଼ାଇ ନେଇଛି।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବସ୍ତା ସ୍ଥିତ ଅଳକାନନ୍ଦାଙ୍କ ଗାଁର ପରିବାରରେ ଶୋକାକୂଳ ପରିବେଶ। ଗତ ଶନିବାର ରାଜଧାନୀରେ ରୁମ୍ ମେଟ୍ ହିଁ ଅଳକାନନ୍ଦାଙ୍କୁ ହତ୍ୟା କରିଥିଲା। ସେହିଦିନ ରାତିରେ ନିଜ ଭାବୀ ସ୍ୱାମୀଙ୍କ ସହ ଅଳକାନନ୍ଦା ଫୋନରେ କଥାବାର୍ତ୍ତା ହେଉଥିବା ବେଳେ ଅମିଷା ବିରୋଧ କରିବାରୁ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ଏହାପରେ ଅମିଷା ଉତ୍କ୍ଷିପ୍ତ ହୋଇ ଅଳକାନନ୍ଦାଙ୍କୁ ହତ୍ୟା କରିଥିବା ପୁଲିସ କହିଛି। ତେବେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି।
ଅଳକାନନ୍ଦାଙ୍କୁ ହତ୍ୟା କରିଥିବା ଅମିଷା ସ୍ୱୀକାର କରିଥିଲେ ବି ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି। କେବଳ ବାନ୍ଧବୀ ଠାରୁ ଅଲଗା ହେବା ଆଶଙ୍କାରେ ଅମିଷା ଅଳକାନନ୍ଦାଙ୍କୁ ହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି?
ତେବେ ଭଡ଼ା ଘରୁ ମୃତ ଅଳକାନନ୍ଦାଙ୍କ ଡାଏରୀ ପାଇଛି ପୁଲିସ। ଏହି ଡାଏରୀରୁ ପୁଲିସ ହତ୍ୟାକାଣ୍ଡ ସଂପର୍କରେ କିଛି ତଥ୍ୟ ପାଇବ ବୋଲି ଆଶା ରଖିଛି।
https://youtu.be/F5w5PQK_UmQ