• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

କଟକ : ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ମାମଲାରେ ଜେଲ ଗଲେ ନିକିତାଙ୍କ ସ୍ୱାମୀ ଲିପନ ସାହୁ। ଲିପନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା । ତେବେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ଲିପନଙ୍କୁ ଜେଲ ପଠାଇ ଦିଆଯାଇଛି।

ନିକିତାଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ ଦାୟୀ ବୋଲି କଟକ ଡିସିପି ପ୍ରମାଣ ପାଇବା ପରେ ସୋମବାର ଗିରଫ କରିଥିଲେ। ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାରେ ଏମିତି କିଛି ସୂଚନା ଦେଇଛନ୍ତି କଟକ ଡିସିପି। ନିକିତା ଓ ତାଙ୍କ ଶାଶୁଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଯୋଗୁଁ ଏହି ଘଟଣା ଘଟିଥିବା ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି।

ଘଟଣା ଦିନ ପୁରୁଣା କଥାକୁ ନେଇ ଲିପନ୍ ଓ ନିକିତାଙ୍କ ମଧ୍ୟରେ ବଚସା ହୋଇଥିଲା। ଉଭୟ ପାଟିତୁଣ୍ଡ କରି କରି ଛାତ ଉପରକୁ ଯାଇଥିଲେ। ସେଠାରେ ଦୁହିଁଙ୍କ ମଧ୍ୟରେ ଠେଲାପେଲା ବେଳେ ନିକିତା ଛାତରୁ ପଡିଯାଇଥିବା ଡିସିପି କହିଛନ୍ତି। ତେବେ ଲିପନ୍, ନିକିତାଙ୍କୁ ଛାତରୁ ଠେଲି ଦେଇଥିଲେ ନା ଠେଲାପେଲା ବେଳେ ସେ ଖସି ପଡ଼ିଥିଲେ ତାକୁ ନେଇ ସସ୍‌ପେନ୍ସ ଲାଗି ରହିଛି।

ତେବେ ନିକିତାଙ୍କ ମୃତ୍ୟୁ ପାଇଁ ଲିପନଙ୍କୁ ପୁଲିସ୍ ଦାୟୀ କରିବା ସହ ଗତକାଲି ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାପରେ ଲିପନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

ଲିପନଙ୍କ ବାପା ଓ ମାଆଙ୍କ ନାଁରେ ମଧ୍ୟ ଘରୋଇ ହିଂସା ମାମଲା ରୁଜୁ ହୋଇଛି। ତେବେ ନିକିତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଲିପନ ତାଙ୍କୁ ଛାତରୁ ଠେଲି ଦେଇଥିବା ଅଭିଯୋଗକୁ ଲିପନଙ୍କ ଭଉଣୀ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ନିକିତାଙ୍କ ଆଚରଣକୁ ନେଇ ଲିପନଙ୍କ ସଂପର୍କୀୟ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ନିକିତା କେବେବି ଶାଶୁ ଘରେ ରହିବାକୁ ଚାହୁଁ ନଥିଲେ ଓ ବିବାହର ୬ ମାସ ପରେ ଭୁବନେଶ୍ୱରରେ ଫ୍ଲାଟ୍ ଭଡ଼ା ନେଇ ରହୁଥିବା ସଂପର୍କୀୟ କହିଛନ୍ତି।

ରୂପେଲି ପରଦାର ନାୟିକା ନିକିତା ଓରଫ୍ ଲକ୍ଷ୍ମୀପ୍ରିୟାଙ୍କର ଗତ ଶନିବାର ମୃତ୍ୟୁ ହୋଇଥିଲା। ସ୍ୱାମୀ ଲିପନ ସାହୁ ତାଙ୍କୁ ଛାତରୁ ଠେଲି ଦେଇଥିବା ନିକିତାଙ୍କ ବାପା ଚାଉଳିଆଗଂଜ ଥାନାରେ ଏତଲା ଦେଇଥିଲେ।

https://youtu.be/l3Q75kNHOzQ

Deceased-actress-nikitas-husband-lipan-sahu-sent-to-judicial-custody-after-cuttack-sdjm-court-rejects-bail-plea-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories