ନବରଙ୍ଗପୁର ଜିଲ୍ଲାରେ ମହିଳା ଚାଷୀଙ୍କ ଅାତ୍ମହତ୍ୟା ଅଭିଯୋଗ
ନବରଙ୍ଗପୁର: ନବରଙ୍ଗପୁରରେ ମହିଳା ଚାଷୀଙ୍କ ଅାତ୍ମହତ୍ୟା ଅଭିଯୋଗ। ମୃତ ଚାଷୀଙ୍କ ନାଁ ପଦ୍ମାବତୀ ମୁଦୁଲି ତାଙ୍କ ଘର ତେନ୍ତୁଳିଖୁଣ୍ଟି ବ୍ଲକର ଆଉଁଳିମା ଗାଁରେ। ବର୍ଷାରେ ଫସଲ ଉଜୁଡ଼ି ଯିବାରୁ ଗତକାଲି ସେ ବିଷ ପିଇ ଦେଇଥିଲେ।
ଅାଜି ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି। ସେ ଏକ ଘରୋଇ ସଂସ୍ଥାଠାରୁ ଋଣ ଅାଣି ୨ଏକର ଜମିରେ ଚାଷ କରିଥିଲେ। କିନ୍ତୁ ବର୍ଷାରେ ଫସଲ ଉଜୁଡ଼ିଯିବାରୁ ସେ ଚିନ୍ତାରେ ଥିଲେ ବୋଲି ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି।