ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ସାଲେପୁର : ଋଣ ବୋଝ ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଏପରି କିଛି ଅଭିଯୋଗ କଟକ ନିଶ୍ଚିନ୍ତ କୋଇଲି ବ୍ଲକ କୋଲଣପୁର ଗାଁରୁ ଆସିଛି। ସେହି ଗାଁର ଚାଷୀ ସୁମନ୍ତ ମଲ୍ଲିକଙ୍କ ମୃତ ଦେହ ନିଜ ଘର ଭିତରୁ ଝୁଳନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ବେକରେ ଦଉଡ଼ି ଲଗାଇ ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି।

ସୁମନ୍ତଙ୍କ ପରିବାରଲୋକେ ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି। ସୁମନ୍ତ ଗାଁର ବିଭିନ୍ନ ଲୋକଙ୍କ ଠାରୁ ଚାଷ ପାଇଁ ରୁଣ ଆଣିଥିବା କଥା ତାଙ୍କ ସ୍ତ୍ରୀ କହିଛନ୍ତି। ଏନେଇ ପରିବାରରେ କଳହ ଲାଗି ରହିବା ସହ ସୁମନ୍ତ ଚିନ୍ତିତ ରହୁଥିବା ମଧ୍ୟ ସେ କହିଛନ୍ତି। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିଛି।

You might also like