ପୁଣି ଜେଲ୍‌ ଗଲେ ଗଣଶିକ୍ଷାମନ୍ତ୍ରୀଙ୍କ ପୁଅ ଦେବାଶିଷ

କେଉଁଝର: ପୁଣି ଜେଲ୍‌ ଗଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର। ଆଜି ଜାମିନ ଖାରଜ ହେବା ପରେ ପୁଣି ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଛି।

ଘସିପୁରା ଥାନା ଗୌରାଙ୍ଗ ଛକରେ ଗତ ୬ ତାରିଖରେ ଗୋଷ୍ଠୀ ସଂଘର୍ଷ ଘଟଣା ଏବଂ ଗତ ୧୮ ତାରିଖରେ ରାମଚନ୍ଦ୍ରପୁର ପଦନା ଛକରୁ ଜଣେ ଅଭିଯୁକ୍ତଙ୍କୁ ପୁଲିସ୍‌ଠାରୁ ଛଡ଼ାଇ ନେବା ଘଟଣାରେ ଗିରଫ୍‌ ହୋଇଥିଲେ

ଦେବାଶିଷ। ତାଙ୍କୁ ଏହି ମାମଲାରେ ଘସିପୁରା ଜେଏମ୍ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ତେବେ ଦେବାଶିଷଙ୍କ ଜାମିନ ଖାରଜ ହେବାପରେ ତାଙ୍କୁ ପୁଣିଥରେ ଜେଲ୍‌ ଯିବାକୁ ପଡ଼ିଛି।

 

You might also like