ନୀଳଗିରିରେ ବଢ଼ିଚାଲିଛି ଭାଲୁ ମୃତ୍ୟୁ ସଂଖ୍ୟା

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଭାଲୁ ମୃତ୍ୟୁ ବଢ଼ି ଚାଲିଛି। ଗତ ମାସକ ମଧ୍ୟରେ କେବଳ ନୀଳଗିରିରେ ୪ଟି ଭାଲୁଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଏକ ଭାଲୁ ଅସୁସ୍ଥ ହୋଇପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି।

ସୂଚନା ଅନୁସାରେ, ନୀଳଗିରି ଅଞ୍ଚଳରେ ମାସକ ମଧ୍ୟରେ ୪ଟି ଭାଲୁଙ୍କ ମୃତ୍ୟୁ ହୋଇଥିବାବେଳେ୨ ମାସରେ ଏହି ସଂଖ୍ୟା ୭ରେ ପହଞ୍ଚିଛି।ଚଲଣାପାଳ ନିକଟରେ ଗୋଟିଏ ଭାଲୁକୁ ଲୋକେ ପିଟି ପିଟି ମାରି ଦେଇଥିବା ସୂଚନା ମିଳିଛି। କାଠଗୋଚ୍ଛିରେ ଅନ୍ୟ ଏକ ଭାଲୁର ମୃତ୍ୟୁ ହୋଇଥିବାବେଳେ ଢୋଲପୁର ଗାଁରେ ଗୋଟିଏ ଭାଲୁ ଅସୁସ୍ଥ ହୋଇ ପଡ଼ିଥିଲା। ଭାଲୁଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଜଙ୍ଗଲ ଅବକ୍ଷୟ ଓ ପଥର ବ୍ଲାଷ୍ଟିଂ ଭାଲୁ ମୃତ୍ୟୁର ପ୍ରମୁଖ କାରଣ ପାଲଟିଛି। ନୀଳଗିରି, କୁଲଢ଼ିଆ ଅଭୟାରଣ୍ୟ, ଧୋବଶୀଳା ଜଙ୍ଗଲ ଓ ସ୍ୱର୍ଣ୍ଣଚୂଡ଼ ପାହାଡ଼ରେ ଜଙ୍ଗଲରୁ ଭାଲୁ ଜନବସତି ମୁହାଁ ହେଉଛନ୍ତି। ପଥର ମାଫିଆଙ୍କ ଅବାଧ ବିଚରଣ ଯୋଗୁ ଭାଲୁ ଜନବସତି ମୁହାଁ ହୋଇ ମୃତ୍ୟୁମୁଖରେ ପଡୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଭାଲୁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଅନ୍ୟପଟେ ଭାଲୁ ମୃତ୍ୟୁର ପ୍ରକୃତ କାରଣ ଖୋଜିବା ସହ ଲୋକଙ୍କୁ ସଚେତନ କରିବା ଉପରେ ବନବିଭାଗ ଗୁରୁତ୍ୱ ଦେଇଛି।

 

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like