ପ୍ରାଣ ନେଲା ‘ପିକ୍ଅପ୍’: ଚାଲିଗଲା ୯ ଜୀବନ
ଜୟପୁର: କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡିରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏଠାରେ ପିକ୍ ଅପ୍ ଭ୍ୟାନ ଓଲଟି ପଡ଼ିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ୧୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ୧୩ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୋଟିଏ ଗାଁର ଲୋକ ସିନ୍ଧିଗୁଡ଼ା ଗାଁର ଏକ ଦଶାହ କର୍ମରେ ଯୋଗ ଦେଇ ଘରକୁ ଫେରୁଥିଲେ। ଛତିଶଗଡ଼ର କୁଲତା ଗାଁକୁ ଫେରିବା ବେଳେ NH ୩୨୬ରେ ଦୁର୍ଘଟଣା ହୋଇଥିଲା।
ଜୟପୁର ଉପଜିଲ୍ଲାପାଳ, ଏସ୍ଡିପିଓ ଘଟସୃଷ୍ଟି ହୋଇଛିଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ତେବେ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ କିଛିଟା ବାଧାପ୍ରାପ୍ତ ହୋଇଥିଲା । ସଦର ମହକୁମା ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପିକ୍ଅପ୍ର ସ୍ପିଡ୍ ବହୁତ ଥିଲା। ସେହି ଗାଡ଼ିରେ ଆବଶ୍ୟକତା ଠାରୁ ଢେର ଅଧିକ ଯାତ୍ରୀ ଥିଲେ। ଗାଡ଼ିର ବେଗ ଅଧିକ ଥିବାରୁ ଭାରସାମ୍ୟ ହରାଇ ଗୋଟିଏ ଗଛରେ ପିଟି ହୋଇପଡ଼ିଥିଲା। ଫଳରେ ଗାଡ଼ିଟି ଗାତକୁ ଓଲଟିପଡ଼ିଥିଲା। ଲୋକମାନେ ଛିଟିକି ହୋଇ ପଡ଼ିଯାଇଥିଲେ। ଉଦ୍ଧାର କାର୍ଯ୍ୟରେ ୫୦ରୁ ସ୍ଥାନୀୟ ଲୋକେ ଲାଗିପଡ଼ିଛନ୍ତି।
#ଜୟପୁର_ପିକ୍ଅପ୍_ଭ୍ୟାନ_ଓଲଟିବା_ଘଟଣା
୯ ମୃତ, ୧୩ ଆହତ; ଆହତଙ୍କ ୧୩ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର, ଗୁରୁତର ଆହତଙ୍କୁ ସହିଦ ଳକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି, ଆହତ ଅନ୍ୟ ୨ ଜଣଙ୍କୁ କୋଟପାଡ଼ ମେଡିକାଲରେ ଭର୍ତ୍ତି, କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ସୂଚନା #Odisha
— ଓଟିଭି (@otvkhabar) January 31, 2021
ମୃତକଙ୍କ ମଧ୍ୟରେ ମହିଳା ଓ ପୁରୁଷ ମଧ୍ୟ ଅଛନ୍ତି। ସେମାନଙ୍କ ପରିଚୟ(ମୃତକଙ୍କ ନାମ) ଜଣାପଡ଼ିନାହିଁ। ସାମାନ୍ୟ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଅତି ଗୁରୁତର ଜଗଦଲପୁର ହସ୍ପିଟାଲ ନିଆଯାଇଛି।
ଘଟଣାସ୍ଥଳରେ ଅନୁଧ୍ୟାନ କଲା ପରେ ପ୍ରକୃତ ଦୁର୍ଘଟମାର କାରଣ ଜଣାପଡ଼ିବ। ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଛି। ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଡ଼ାକ୍ତରଖାନା ନେବା ସମୟରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।
ହେମକାନ୍ତ ସାଏ, ଉପଜିଲ୍ଲାପାଳ, ଜୟପୁର
—
ଆମେ ଯେତିକି ଖବର ପାଇଛୁ, ଡ୍ରାଇଭର ଜଣକ ଅନ୍ୟମନସ୍କ ରହିଥିଲେ ନଚେତ୍ ନିଦ ଲାଗିଯାଇଥିଲା । ପ୍ରକୃତ ଘଟଣା ସ୍ପଷ୍ଟ ହୋଇ ନ ଥିଲେ ହେଁ ଏହା ସତ ଯେ ଡ୍ରାଇଭରଙ୍କ ଅସାବଧାନତା ପାଇଁ ଏହି ଦୁର୍ଘଟଣା ହୋଇଛି। ଅପରପଟେ ରାତି ସମୟରେ ଦୁର୍ଘଟଣା ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ଅସୁବିଧା ଦେଖାଦେଇଥିଲା । ସେଥିପାଇଁ ଟ୍ରମା ସେଣ୍ଟର ଓ ଆମ୍ୱୁଲାନ୍ସ ତଥା ହେଲ୍ଥ ସିଷ୍ଟମ ବଢାଇବା ଉଚିତ୍।
-ସୟଦ ମକ୍ବୁଲ ଅଲ୍ଲୀ, ସଡ଼କ ସୁରକ୍ଷା ଅଧିକାର କର୍ମୀ