ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା

ମାଲକାନଗିରି: ରୋଗୀ ମୃତ୍ୟୁକୁ କେନ୍ଦ୍ରକରି ମାଲକାନଗିରି ଜିଲ୍ଲା ବାଲିମେଳା ଅର୍କେଲ୍ ମେଡିକାଲରେ ଉତ୍ତେଜନା ଦେଖାଦେଇଛି।

ସୂଚନା ଅନୁସାରେ, ରାଜୁ ବାଘା ନାମକ ଜଣେ ରୋଗୀଙ୍କୁ ଜ୍ୱର ହୋଇଥିବାରୁ ଆଜି ଭୋର୍‌ ୪ଟାରେ ପରିବାର ଲୋକେ ତାଙ୍କୁ ଅର୍କେଲ ହସ୍ପିଟାଲ ନେଇ ଯାଇଥିଲେ। ରୋଗୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଡାକ୍ତର ନିଜ କ୍ୱାଟରରୁ ବାହାରି ନ ଥିବା ଅଭିଯୋଗ ହୋଇଛି।

ଡାକ୍ତରଙ୍କ ଅବହେଳା ପାଇଁ ବାଘାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କ୍ଷତିପୂରଣ ଦାବି ସହ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପରିବାର ଲୋକେ ରାସ୍ତା ଅବରୋଧ କରିଛନ୍ତି।

ତେବେ ଏନେଇ ସମ୍ପୃକ୍ତ ଡାକ୍ତର କିମ୍ବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like