• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଯାଜପୁର: ଯାଜପୁର ହରିଦାସପୁରରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି । ମୃତ୍ୟୁ ପଛର ରହସ୍ୟ କ’ଣ ? ଏହା ହତ୍ୟା ନା ଆତ୍ମହତ୍ୟା? ଏସବୁକୁ ନେଇ ଲାଗି ରହିଛି ସସ୍ପେନ୍ସ। ପୋଲିସ ଘଟଣାର ଖୋଲତାଡ଼ କରୁଥିଲେ ବି କିଛି ଟେର ପାଉନି। ଅନ୍ଧାରରେ ବାଡ଼ି ବୁଲଉଛି ଯାହା।

ସମସ୍ତଙ୍କ ନଜର  ସେହି ଗେଷ୍ଟହାଉସ୍ ଉପରେ । ଯେଉଁଠିକୁ ଦିନ ଦ୍ୱିପହରରେ ଯାଇଥିଲେ ପିଇଓ ଏବଂ ଝୁଲନ୍ତା ଅବସ୍ଥାରେ ମିଳିଥିଲା ତାଙ୍କ ମୃତଦେହ । ସେପଟେ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା ନେଇ ପିଇଓଙ୍କ ସ୍ୱାମୀ ଆଶଙ୍କା କରୁଥିବାବେଳେ ପୁଲିସ୍ ଗେଷ୍ଟହାଉସ ମାଲିକ ତଥା ସରପଞ୍ଚଙ୍କ ସ୍ୱାମୀଙ୍କ ସମେତ ୫ ଜଣଙ୍କୁ ଅଟକରଖି ତଦନ୍ତ କରୁଛି।

ମୃତ୍ୟୁ ପଛରେ ଏମାନଙ୍କ କ’ଣ ସଂପୃକ୍ତି ରହିଛି ସେ ନେଇ ତଦନ୍ତ ଦିଗ ବଢ଼ିଛି। ମୃତ୍ୟୁ ସମୟରେ ସ୍ମିତାରାଣୀ କାହିଁକି ଗେଷ୍ଟ ହାଉସ୍‌କୁ ଯାଇଥିଲେ ? ତାଙ୍କୁ କେହି ଡାକିଥିଲା ନା ଆଉ ଅନ୍ୟ କିଛି ? ସେ ସବୁ ଦିଗକୁ ବି ପୋଲିସ ଖୋଳତାଡ଼ରେ ସାମିଲ କରିଛି।

ମିଳିଥିବା ସୂଚନା ମୁତାବକ ପିଇଓଙ୍କ ମୃତ୍ୟୁର ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ହେଲେ ପୋଷ୍ଟମର୍ଟମ ରିପୋର୍ଟରେ କ’ଣ ଅଛି ତାହାର ଖୁଲାସା କରିନି ପୋଲିସ। ତେଣୁ ହତ୍ୟାକାଣ୍ଡକୁ ନେଇ ଅଧିକ ସସ୍ପେନ୍ସ ବଢ଼ିଛି। ସେପଟେ ଆଜି ବିଜେପିର ଏକ ତଦନ୍ତାକାରୀ ଟିମ୍  ଧର୍ମଶାଳା ଯିବ। ପୋଲିସ୍ ସହ ଆଲୋଚନା କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ଭେଟିବ। ସେହିପରି ପ୍ରଦେଶ କଂଗ୍ରେସ କମିଟିର ୧୧ ଜଣିଆ ଟିମ୍ ବି ଧର୍ମଶାଳା ଗସ୍ତ କରିବ। ଘଟଣାର ସବିଶେଷ ରିପୋର୍ଟ ପିସିସି ସଭାପତିଙ୍କୁ ପ୍ରଦାନ  କରିବ ଦଳ ।

Death-of-lady-panchayat-officer-no-devolopment-in-investigation
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories