ଶିଶୁ ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଜଗତସିଂହପୁର  : ଶିଶୁ ମୃତ୍ୟୁକୁ ନେଇ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଡାକ୍ତର ନ ଥିବାରୁ ଚିକିତ୍ସାରେ ଡେରି ହେବାରୁ ବାଳକର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। ପାଣିରେ ବୁଡ଼ି ଗୁରୁତର ହୋଇଥିବା ଚାଟରା ଗାଁର ୭-୮ ବର୍ଷର ଇସ୍ମାଇଲ୍ ଖାଁଙ୍କୁ ଅାଜି ଡାକ୍ତରଖାନାକୁ ଅଣାଯାଇଥିଲା।

ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହି ପିଲାକୁ ଘରକୁ ନେବା ବାଟରେ ତାର ନିଶ୍ୱାସ ପ୍ରଶ୍ୱାସ ଚାଲୁଥିବା ଦେଖି ପରିବାର ଲୋକେ ପୁଣି ଡାକ୍ତରଖାନାକୁ ଅାଣିଥିଲେ।

ତେବେ ସେଠାରେ ଡାକ୍ତର ନ ଥିବାରୁ ଚିକିତ୍ସାରେ ଡେରି ହୋଇଥିଲା। ପ୍ରାୟ ୧ ଘଣ୍ଟା ପରେ ଡାକ୍ତର ଅାସି ପିଲାକୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଅଭିଯୋଗ କରିଛନ୍ତି, ଡାକ୍ତର ଥିଲେ ଚିକିତ୍ସା ହୋଇପାରିଥାନ୍ତା। ଆଉ ପୁଅର ମୃତ୍ୟୁ ହୋଇନଥାନ୍ତା।

You might also like