• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

କେନ୍ଦୁଝର ( ପ୍ରଣୟ ପାଣି) : ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଏ ଗୁରୁତର ଅଭିଯୋଗ।

ସୂଚନା ମୁତାବକ ,ସୋମବାର ରାତିରେ ସହର ଉପକଣ୍ଠ ନରଣପୁରରୁ ଜଣେ ରୋଗୀ ରକ୍ତଚାପ ଜନିତ ରୋଗରେ ପ୍ରଭାବିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ।

ତାଙ୍କୁ ରାତିରେ ସାଲାଇନ ଲଗାଯାଇଥିଲା। ତେବେ ଆଜି ଭୋରରୁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା। ଚିକିତ୍ସା ଲାଗି ଆଟେଣ୍ଡାଣ୍ଟଙ୍କୁ ଡାକିବାରୁ ସେ ସହଯୋଗ କରିନଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ପରିବାର ଲୋକେ।

ଅନ୍ୟପଟେ ମୟୂରଭଂଜ କରଂଜିଆ ନୂଆଗାଁର ଜାନକୀ ପାତ୍ର ନାମକ ଜଣେ ମହିଳା ସାପ କାମୁଡ଼ା ପରେ ମେଡିକାଲରେ ଭର୍ତ୍ତି ହୋଇଥିଲେ।  ମେଡିକାଲରେ ମହିଳା ଜଣଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଆଟେଣ୍ଡାଣ୍ଟ ଇଂଜେକ୍ସନ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। କେନ୍ଦୁଝର ମେଡିକାଲରେ ଗୁରୁତର ରୋଗୀଙ୍କୁ ଡାକ୍ତର ଠିକ୍‌ରେ ଚିକିତ୍ସା କରୁନଥିବା ଅଭିଯୋଗ କରିଛନ୍ତି ଦୁଇ ମୃତକଙ୍କ ପରିବାର ଲୋକେ। ତେବେ ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Death-of-2-patients-sparks-tension-at-keonjhar-dhh-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories