ଭୁବନେଶ୍ୱର : ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ବିଜେଡି ପାର୍ଟି ଅଫିସ୍ରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ତାଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀ ମଧ୍ୟ ବିଜେଡି କାର୍ଯ୍ୟାଳୟ ଯାଇ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଛନ୍ତି।
ସେପଟେ ପୁରୀ ସ୍ୱର୍ଗଦ୍ୱାରସ୍ଥିତ ବିଜୁବାବୁଙ୍କ ସମାଧୀପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏକ ନିରାଡମ୍ବର ଉତ୍ସବରରେ ପୁରୀ ସାଂସଦ ପିନାକି ମିଶ୍ର, ବିଧାୟକ ମହେଶ୍ୱର ମହାନ୍ତିଙ୍କ ସମେତ ବହୁ ବିଜେଡି କର୍ମୀ ଓ ସ୍ଥାନୀୟ ଲୋକେ ସାମିଲ ହୋଇ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ।