କରୋନା ହଟସ୍ପଟ୍‌ ପାଲଟିବ କଟକ ମାଲଗୋଦାମ !

କଟକ: ମାଲଗୋଦାମ ଅଞ୍ଚଳରୁ ୧୧୨ ପଜିଟିଭ ଚିହ୍ନଟ। ଚିନ୍ତା ବଢ଼ାଇଲା କଟକ ମାଲଗୋଦାମ ବେହେରାସାହି ଅଞ୍ଚଳ। ମାଲଗୋଦାମ କଣ୍ଟେନମେଣ୍ଟ ଅଞ୍ଚଳରୁ ଆଜି ୧୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି କଟକରୁ ଚିହ୍ନଟ ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ମାଲଗୋଦାମରୁ ୧୧୨। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୬୨ ପୁରୁଷ ଏବଂ ୫୦ ମହିଳା ଅଛନ୍ତି। ଗତ କିଛି ଦିନ ହେଲାଣି ସେଠାରୁ ଦୈନିକ ବହୁ ଆକ୍ରାନ୍ତ ମିଳୁଛନ୍ତି।

ଏହି ୧୪୩ ଆକ୍ରାନ୍ତଙ୍କ ମଧ୍ୟରେ ୧୧୨ କଣ୍ଟେନ୍‌ମେଣ୍ଟ ଜୋନ୍, ୧୨ ଜଣ ହୋମ୍‌ କ୍ୱାରେଣ୍ଟିନ୍, ୭ ସରକାରୀ କ୍ୱାରେଣ୍ଟିନ୍‌, ୧୨ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି।

ଏଯାଏ କଟକ ସହରରେ ୧୩୨୫ ଜଣ ସଂକ୍ରମିତ ହୋଇଛନ୍ତି। ୬୬୬ ଜଣ ସୁସ୍ଥ ହୋଇଛନ୍ତି। ୧୦ ଜଣଙ୍କ ମୃତ୍ୟୁ ହୋଇଛି। ୬୫୪ ଆକ୍ଟିଭ କେସ୍ ରହିଛି।

ଓଡ଼ିଶାରେ ଦିନକରେ ୧,୩୩୭ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୩୩୭ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୫ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୨୨ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।

You might also like