କୁକୁଡ଼ା ବାନ୍ତି କଲା ନାଗ ସାପ

ବାରିପଦା ( ମାଣିକ ଲାଲ୍‌ ପାଣି) : କୁକୁଡ଼ା ବାନ୍ତି କଲା ନାଗ ସାପ। ନାଗ ସାପଟି କୁକୁଡ଼ା ଭାଡ଼ିରେ ପଶି କୁକୁଡା ଶିକାର କରିଥିଲା। ପରେ ଗିଳି ଦେଇଥିବା କୁକୁଡ଼ାକୁ ବାନ୍ତି କରିଦେଇଥିଲା।  ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ କୁଳିଅଣା ବ୍ଲକ୍‌ କୁଳିପାଳ ଗାଁରେ।

ସୂଚନା ମୁତାବକ ,ଗାଁର କଟିଆ ପ୍ରଧାନଙ୍କ କୁକୁଡ଼ା ଭାଡ଼ିରେ ଗତକାଲି ରାତି ଏକ ନାଗ ସାପ ପଶିଯାଇଥିଲା। କୁକୁଡାମାନେ ଚିତ୍କାର କରିବାରୁ ସାପଟିକୁ ଦେଖିଥିଲେ କଟିଆ। ଆଜି ସକାଳେ ସ୍ନେକ୍ ହେଲ୍ପ ଲାଇନ୍‌ର ସଦସ୍ୟ ସାପଟିକୁ ଉଦ୍ଧାର କରିଥିଲେ।

ସାପଟି ୩ଟି କୁକୁଡ଼ାଙ୍କୁ ମାରିଦେଇଥିବାବେଳେ ଗୋଟିଏ କୁକୁଡ଼ାକୁ ଗିଳି ଦେଇଥିଲା। ସାପଟିକୁ ଉଦ୍ଧାର କରି ବୁଢାବଳଙ୍ଗ ନଦୀ କୂଳରେ ଛାଡ଼ି ଦେଇଥିଲେ ସ୍ନେକ୍ ହେଲ୍ପ ଲାଇନ୍‌ର ସଦସ୍ୟ।

You might also like