ଓଡ଼ିଶାରେ ପହଞ୍ଚିଲା ସହିଦ ଚମ୍ପେଶ୍ୱରଙ୍କ ମରଶରୀର

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଛି ସହିଦ ଚମ୍ପେଶ୍ୱର ମହାକୁଡ଼ଙ୍କ ମରଶରୀର। ଚମ୍ପେଶ୍ୱର ୨୯ ଅାସାମ ରାଇଫଲ୍ସର ସଦସ୍ୟ ଥିଲେ। ଗତ ୭ ତାରିଖ ମଣିପୁରରେ କାର୍ଯ୍ୟରତ ଅବସ୍ଥାରେ ପିଏଲ୍‌ଏ ଓ ଏମ୍‌ଏନ୍‌ପିଏଫ୍‌ ଉଗ୍ରବାଦୀଙ୍କ ଅାକ୍ରମଣରେ ସେ ସହିଦ ହୋଇଥିଲେ।

ସମ୍ବଲପୁର ରେଢାଖୋାଲ ଢାଉର ଖମାଣ ଗାଁର ଚମ୍ପେଶ୍ୱରଙ୍କ ମରଶରୀରକୁ ଏୟାରପୋର୍ଟରେ ଗାର୍ଡ ଅଫ୍‌ ଅନର୍‌ ଦିଅାଯାଇଛି।

ଏହା ସହିତ ସିଅାରପିଏଫ୍‌ ଓ ୧୨୦ ବାଟାଲିୟନ୍‌ର ବରିଷ୍ଠ ଅଧିକାରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଶେଷ କୃତ୍ୟ ପାଇଁ ଚମ୍ପେଶ୍ୱରଙ୍କ ମରଶରୀର ତାଙ୍କ ଗାଁକୁ ନିଅାଯାଇଛି।

 

You might also like