କନ୍‌ଷ୍ଟେବଲଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି (ଜିତେନ୍ଦ୍ର ବେଉରା) : ମାଲକାନଗିରି ଝାଟିମାଟି କଲୋନୀରେ କନ୍‌ଷ୍ଟେବଲଙ୍କ ମୃତଦେହ ଉଦ୍ଧାର। ଘର ଭିତରୁ ପୁଲିସ କନଷ୍ଟେବଲ ସୁନୀଲ ମହାନନ୍ଦିଆଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଘରେ କେହି ନଥିବା ବେଳେ ସେ ସର୍ଭିସ ରିଭଲଭରରୁ ନିଜ ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ପଡ଼ୋଶୀ ଗୁଳି ଶବ୍ଦ ଶୁଣି ତାଙ୍କ ଘରକୁ ଆସିଥିଲେ। ତାଙ୍କୁ ତୁରନ୍ତ ମେଡିକାଲ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡ଼ି ନାହିଁ। ସେପଟେ ରିଭଲଭର ଜବତ କରି ପୁଲିସ ଛାନଭିନ୍ ଆରମ୍ଭ କରିଛି।

You might also like