• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ନିମାପଡା ଥାନା ଅନ୍ତର୍ଗତ ଧିରପୁର ଗାଁରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରଯାଇଛି। ମୃତ ଶିକ୍ଷକ ହେଲେ ଆର୍ତ୍ତତ୍ରାଣ ସ୍ୱାଇଁ (୫୦)।

ଆଜି ସକାଳେ ଆର୍ତ୍ତତ୍ରାଣ ଘରୁ ବାହାରି ସ୍କୁଲ୍‌କୁ ଆସିଥିଲେ। ସ୍କୁଲରେ ପହଞ୍ଚି ଏକ ଶ୍ରେଣୀ ଗୃହ କବାଟ ଭିତର ପଟୁ ବନ୍ଦ କରି ଦେଇଥିଲେ। ସ୍କୁଲ୍‌ ଟାଇମ୍‌ ହେବାରୁ ଛାତ୍ରଛାତ୍ରୀ ଓ ଅନ୍ୟ କର୍ମଚାରୀ ସ୍କୁଲ୍‌ରେ ପହଞ୍ଚି ଆର୍ତ୍ତତ୍ରାଣଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ୍‌ ବିଦ୍ୟାଳୟରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

ମୃତ ଶିକ୍ଷକଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି ପୁଲିସ୍। ଋଣ ବୋଝ କାରଣରୁ ଆର୍ତ୍ତତ୍ରାଣ  ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି।

Deadbody-of-a-teacher-found-in-a-class-room
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories