୨୦ ଘଣ୍ଟା ଧରି ଘରେ ପଡ଼ିରହିଛି ମୃତଦେହ

ଗୋଷ୍ଠୀ ସଂଘର୍ଷରେ ଆହତ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କୋରାପୁଟ : ଘର ଦାଣ୍ଡରେ ଦୀର୍ଘ ୨୦ ଘଣ୍ଟା ଧରି ଶବ ପଡିରହିଛି। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଲୋକେ। କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନାର ମାଝୀଗୁଡା ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ।

୧୫ଦିନ ତଳେ ମାଝୀଗୁଡା ଗାଁର କେଶବ ରାମପୁରିଆଙ୍କ ସହ ଗାଁ ଲୋକଙ୍କ ଗଣ୍ଡଗୋଳ ହୋଇଥିଲା। ସେଥିରେ କେଶବ ଗୁରୁତର ଆହତ ହୋଇ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ।

ହେଲେ ଗତକାଲି ଗୁରୁତର ହେବାରୁ କୋରାପୁଟ ଅଭିମୁଖେ ନିଆଯିବା ବେଳେ ବାଟରେ କେଶବଙ୍କ ମତ୍ୟୁ ହୋଇଥିଲା। ତୁରନ୍ତ ମୃତଦେହକୁ ଗାଁକୁ ନେଇଗଲେ ପରିବାର ଲୋକ।

ସେପଟେ ଏପରି ଘଟଣାକୁ ନେଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଇନଥିବାରୁ ମୃତଦେହ ରଖି ଦୋଷୀକୁ ଦଣ୍ଡ ଦେବା ସହ କ୍ଷତିପୂରଣ ଦାବି କରିଛନ୍ତି।

You might also like