ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ସଜନାଗଡ଼ ଗାଁରେ ଅଭାବନୀୟ ଘଟଣା। ଅର୍ଥ ଅଭାବରୁ ୩ ଦିନ ଯାଏ ଘରେ ପଡ଼ି ରହିଲା ଶବ। ଅନ୍ତିମ ସଂସ୍କାର ନକରିପାରି ଶେଷରେ ଶବକୁ ପୋତିଦେଲେ ପରିବାର ଲୋକେ।
ଗତ ୪ ତାରିଖରେ ସଜନାଗଡ଼ ଗାଁର ମକରା ବିନ୍ଧାଣୀ ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ତେବେ କୌଣସି ବିବାଦ କାରଣରୁ ଶବକୁ କାନ୍ଧ ଦେବାକୁ ବି କେହି ଗ୍ରାମବାସୀ ଆସି ନଥିଲେ। ଅର୍ଥ ଅଭାବ ଯୋଗୁଁ ଅନ୍ତିମ ସଂସ୍କାର ମଧ୍ୟ ହୋଇପାରିନଥିଲା।
ଶେଷରେ ବାଧ୍ୟ ହୋଇ ଗାଁ ପାଖ ଜଙ୍ଗଲରେ ଶବକୁ ପୋତି ଦେଇଥିଲେ ସମ୍ପର୍କୀୟ।
https://youtu.be/VKv9sqDDDLQ