ମିଳିଲାନି କାନ୍ଧ; ଗାଁ ଦାଣ୍ଡରେ ପଡି ରହିଲା ଶବ

ନୟାଗଡ଼: ମରିଗଲା ମାନବିକତା। ବଞ୍ଚିଥିବା ବେଳେ ଗାଁ ରୁ  ଏକଘରକିଆ କରି ଦେଇଥିଲେ। ଏବେ ମଲା ପରେ କେହି ଆସିଲେନି ଶବକୁ କାନ୍ଧ ଦେବାଲାଗି । ଆଉ ଗତକାଲି ରାତିରୁ ଗାଁ ମୁଣ୍ଡରେ ପଡିରହିଛି ଶବ। ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗାଁ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ସୂଚନା ଅନୁଯାୟୀ, ଗାଁର ପ୍ରଫୁଲ୍ଲ ଡାକୁଆଙ୍କ ପରିବାରକୁ ଵର୍ଷେ ତଳେ ଗାଁରୁ ବାସନ୍ଦ କରିଦେଇଥିଲେ। ଗାଁରେ କଙ୍ଗାରୁ କୋର୍ଟ ବସାଇ ଏପରି ନିଷ୍ପତି ନିଆଯାଇଥିଲା। ଫଳରେ ଗାଁ ଲୋକେ କଥାବାର୍ତ୍ତା କରୁନ ଥିଲେ। ଗତକାଲି ରାତିରେ ମୃତ୍ଯୁ ହୋଇଥିଲା। ଶବ ସତ୍କାର ପାଇଁ ଗାଁ ଲୋକ ଆସିଲେ ନାହିଁ। ପରିବାରରେ କେହି  ପୁରୁଷ ଲୋକ ନଥିବାରୁ ପ୍ରଫୁଲ୍ଲଙ୍କ ପତ୍ନୀ, ୨ଝିଅ ଗାଁ ଲୋକଙ୍କୁ ଶବ ସତ୍କାର ପାଇଁ ନେହୁରା ହୋଇଥିଲେ। ହେଲେ କେହି ଶୁଣିଲେ ନାହିଁ।

ଶେଷରେ ଶବ ସତ୍କାର ଲାଗି ଗାଁର କେହି ନ ଆସିବାରୁ ଗାଁ ମୁଣ୍ଡରେ ପଡି ରହିଥିଲା ଶବ। ଏ ନେଇ ଖବର ପାଇବାପରେ ଶରଣକୂଳ ଥାନା ପୋଲିସ ଏବଂ ତହସିଲଦାର ଗାଁରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛନ୍ତି ।ଏ ନେଇ ପୋଲିସ କୌଣସି ପ୍ରତିକ୍ରିୟା ମିଳିପାରିନି।

 

ଆହୁରି ପଢ଼ନ୍ତୁ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

ବାଲେଶ୍ୱର ଉପନିର୍ବାଚନ: ଆକର୍ଷଣ ସାଜିଛନ୍ତି ୯୦ ବର୍ଷର ବେଣୁଧର

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଚେଲ୍ଲାକୁମାର

You might also like