ବ୍ୟବଚ୍ଛେଦ ପାଇଁ ଟ୍ରଲିରେ ନିଅାଗଲା ମୃତଦେହ

କଳାହାଣ୍ଡି: ପୁଣି ମୃତଦେହକୁ ଅସମ୍ମାନ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଉଫେର ଗାଁରେ ଏଭଳି ଘଟଣା ନଜରକୁ ଅାସିଛି। ନଦୀରେ ଗାଧୋଉଥିବା ବେଳେ ମକରନ୍ଦ ମାଝି ନିଖୋଜ ହୋଇ ଯାଇଥିଲେ। ପରେ ଦମକଳ ବାହିନୀ ଓ ସ୍ଥାନୀୟ ଲୋକମାନେ ବହୁତ ଖୋଜାଖୋଜି ପରେ ମକରନ୍ଦଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୁଲିସ ମୃତଦେହକୁ ଜବତ କରିଥିଲା। ହେଲେ ବ୍ୟବଚ୍ଛେଦ କେନ୍ଦ୍ରକୁ ନେବାକୁ କୌଣସି ବ୍ୟବସ୍ଥା କରି ନଥିଲା।

ତେଣୁ ମକରନ୍ଦଙ୍କ ପୁଅ ଶ୍ରମିକମାନଙ୍କ ସହାୟତାରେ ଟ୍ରଲିରେ ୮କିଲୋମିଟର ଦୂରରେ ଥିବା ଏମ. ରାମପୁର ଡାକ୍ତରଖାନାକୁ ଶବ ନେଇଥିଲେ।

ପୂର୍ବରୁ କଳାହାଣ୍ଡି ଜିଲ୍ଲାର ଦାନମାଝି ଶବକୁ କାନ୍ଧରେ ବୋହିବା ପରେ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା।

You might also like