ବରଗଡ଼: ଦେଢ଼ ବର୍ଷ ତଳେ ଯିଏ ମରିଯାଇଥିଲା, ସିଏ ପୁଣି ଘରକୁ ଫେରିଛି। ଘଟଣାଟି ଅଜବ ଲାଗୁଥିଲେ ବି ସତ । ପ୍ରକୃତରେ ଯୁବକ ଜଣକ ମରି ନ ଥିଲେ ବି ପୋଲିସ ରେକର୍ଡ଼ରେ ତାଙ୍କୁ ହତ୍ୟା କରାଯାଇଥିଲା । ଆଉ ଏକ ବଡ଼ କଥା ହେଉଛି ପୋଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିଲା। ଆଉ ସେମାନେ ବିନା ଦୋଷରେ ଜେଲରେ ସଢ଼ିଲେ ।
ଘଟଣା ଘଟିଛି ବରଗଡ଼ ଜିଲ୍ଲା ପାଇକମାଲ ଥାନା ପିପିଲିପାଲି ଗାଁରେ। ଖବର ମୁତାବକ, ଏହି ଗାଁର ଜିତୁ ଡନ୍ସେନା ଘରୁ ବରଗଡ଼ ଆସି ୨୦୧୬ ଡିସେମ୍ବର ୨୫ରେ ନିଖୋଜ ହୋଇଯାଇଥିଲେ। ତଦନ୍ତ ପରେ ପୋଲିସ କହିଥିଲା, ଜିତୁଙ୍କୁ ହତ୍ୟା କରାଯାଇଛି। ଏବେ ଜିତୁ କହିଛନ୍ତି, ଲୁଟ୍ର ଶିକାର ହେବା ପରେ ସେ ଭୁଲରେ ବରଗଡ଼ରୁ ଦିଲ୍ଲୀ ପଳାଇଥିଲେ, ତା ପରେ ଦିଲ୍ଲୀରୁ କୋଲକାତା। କିଛି ଦିନ ତଳେ ସେ ଘରକୁ ଫୋନ୍ କରିବାରୁ ପରିବାର ଲୋକେ କୋଲକାତା ଯାଇ ଜିତୁଙ୍କୁ ଘରକୁ ଆଣିଛନ୍ତି।
ସେପଟେ ଜିତୁଙ୍କୁ ହତ୍ୟା କରିବା ଅଭିଯୋଗର ବରଗଡ଼ର ହଲୁ ଗୁଲ୍ଲା ଓ ରାଘବ ନାଏକଙ୍କୁ ଗିରଫ କରିଥିଲା ପୋଲିସ। ପ୍ରାୟେ ବର୍ଷେ ଜେଲ୍ରେ ରହିବା ପରେ ଉଭୟେ ଜାମିନରେ ଆସିଛନ୍ତି। ହତ୍ୟା ଅଭିଯୋଗ ସେମାନଙ୍କର ଜୀବନର ଗତି ବଦଳାଇ ଦେଇଛି। ବର୍ଷେ ତ ଜେଲ୍ରେ କଟିଲା, ହତ୍ୟା ଅଭିଯୋଗର ଅପମାନ ସାଙ୍ଗକୁ ଏବେ କେହି କାମ ଦେବାକୁ ମଧ୍ୟ ନାରାଜ। ଏଥିପାଇଁ ସେମାନେ କ୍ଷତିପୂରଣ ଦାବି କରିଛନ୍ତି। ସେପଟେ ପୋଲିସ କହିଛି, ଏବେ ହତ୍ୟା ସଂପର୍କିତ ଦଫାକୁ ପ୍ରତ୍ୟାହାର କରି କେବଳ ଲୁଟ୍ ସଂପର୍କିତ ଦଫା ଲାଗିବ।
ଏମିତି ଘଟଣା ପରେ ପୋଲିସର ତଦନ୍ତ ଉପରେ ସାଧାରଣରେ ପ୍ରଶ୍ନ ଉଠିଛି। ମୃତଦେହ ଉଦ୍ଧାର ନ କରି କେମିତି ହତ୍ୟା ମାମଲା ରୁଜୁ କଲା ପୋଲିସ? ରାଘବ ଓ ହଲୁର ଜୀବନର ବର୍ଷେ କିଏ ଫେରାଇବ? ଜେଲ୍ ଦଣ୍ଡ ଓ ସମ୍ମାନହାନିର ଭରଣା ହେବ କେମିତି? ତାକୁ ନେଇ ଉଠିଛି ପ୍ରଶ୍ନ।
Published By: Odishatv Bureau
Last updated: 11 July 2018, 04:48 PM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।