ମାଈ ହାତୀର ମୃତଦେହ ଠାବ

କଟକ: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ସୁକାସନ ସଂରକ୍ଷିତ ଜଙ୍ଗଲରେ ହାତୀର ମୃତଦେହ ଠାବ ହୋଇଛି। ରାଜନଗର ସବର ତଇଲା ନିକଟରେ ଏକ ମାଈ ହାତୀର ମୃତଦେହକୁ ଉଦ୍ଧାର କରାଯାଇଛି। ତାର ବୟସ ପ୍ରାୟ ୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ହାତୀର ମୁହଁରୁ ରକ୍ତ ବାହାରିଛି। କେମିତି ତାର ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇନି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କିଛି ଦିନ ତଳେ ସେହି ଅଞ୍ଚଳକୁ ଏକ ହାତୀ ପଲ ଆସିଥିଲେ। ଏହି ହାତୀଟି ସେହି ପଲରେ ଥିବାର ଅନୁମାନ କରାଯାଉଛି।

You might also like