ରାସ୍ତା କଡ଼ରୁ ମିଳିଲା ଯୁବକଙ୍କ ମୃତଦେହ; ହତ୍ୟା କରି ପୋଡ଼ି ଦେଇଥିବା ସନ୍ଦେହ

ମୟୂରଭଞ୍ଜ: ରାସ୍ତା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କେହି ଦୁର୍ବୃତ୍ତ ଯୁବକଙ୍କୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଏହି ଅଭାବନୀୟ ଘଟଣା ଘଟିଛି।

ଟାଉନ୍ ଥାନା ଦାଣ୍ଡବୋଷ ଗାଁ ନିକଟରେ ଥିବା ମୁଖ୍ୟରାସ୍ତା କଡ଼ରେ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍‌ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ।

ତେବେ ମୃତଦେହକୁ ଲୁଚାଇବା ପାଇଁ ରାସ୍ତା କଡ଼ରେ ଥିବା ଧାନ ଗଦା ଭିତରେ ରଖି ଜାଳି ଦିଆଯାଇଥିବା ସନ୍ଦେହ କରାଯାଉଛି। ଏଥିସହ ଯୁବକଙ୍କୁ ଅନ୍ୟ କେଉଁ ସ୍ଥାନରୁ ଅଣାଯାଇ ଏଠାରେ ହତ୍ୟା କରାଯାଇଥିବା ମଧ୍ୟ ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳିପାରିନାହିଁ।

ଅନ୍ୟପଟେ, ମୃତଦେହ ନିକଟରେ ରକ୍ତ ଲଗା ପଥର ପଡ଼ିଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ, ମୁଖ୍ୟ ରାସ୍ତାକଡ଼ରେ ଏଭଳି କାଣ୍ଡ କିଏ ଏବଂ କିପରି ଭିଆଇଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

You might also like