ରେଳଧାରଣାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଠାବ
ପୁରୀ: ଡେଲାଙ୍ଗ ବ୍ଲକ୍ କଣାସ ରୋଡ୍ ଷ୍ଟେସନ ରେଳଧାରଣାରେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହକୁ ନେଇ ସେହି ସ୍ଥାନରେ ଉତ୍ତେଜନା ଦେଖା ଦେଇଛି। ଯୁବକଙ୍କୁ କେହି ହତ୍ୟା କରିଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ କଣାସରେ ପୁରୀ- କଟକ ପାସେଞ୍ଜରକୁ ଦେଢ଼ ଘଣ୍ଟା ଧରି ଅଟକ ରଖିଥିଲେ। ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ମୃତକ ଜଣକ ସ୍ଥାନୀୟ ଅଂଚଳ ଜଗଦଳପୁରର ଧିରେନ କୁମାର ରାଉତରାୟ ବୋଲି ଜଣାପଡ଼ିଛି। ତେବେ ଦେଢ଼ ଘଣ୍ଟା ଧରି ଅଟକ ପରେ ଟ୍ରେନ୍ […]
ପୁରୀ: ଡେଲାଙ୍ଗ ବ୍ଲକ୍ କଣାସ ରୋଡ୍ ଷ୍ଟେସନ ରେଳଧାରଣାରେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହକୁ ନେଇ ସେହି ସ୍ଥାନରେ ଉତ୍ତେଜନା ଦେଖା ଦେଇଛି।
ଯୁବକଙ୍କୁ କେହି ହତ୍ୟା କରିଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ କଣାସରେ ପୁରୀ- କଟକ ପାସେଞ୍ଜରକୁ ଦେଢ଼ ଘଣ୍ଟା ଧରି ଅଟକ ରଖିଥିଲେ। ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ମୃତକ ଜଣକ ସ୍ଥାନୀୟ ଅଂଚଳ ଜଗଦଳପୁରର ଧିରେନ କୁମାର ରାଉତରାୟ ବୋଲି ଜଣାପଡ଼ିଛି। ତେବେ ଦେଢ଼ ଘଣ୍ଟା ଧରି ଅଟକ ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି।