ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ
ବାଲେଶ୍ୱର: ରାଇବଣିଆ ଥାନା ଅନ୍ତର୍ଗତ ପ୍ରସାଦଶୂଳ ଜଙ୍ଗଲରୁ ମାଟିରେ ପୋତା ହୋଇଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଦଣକ ମୟୂରଭଂଜ ଜିଲ୍ଲା ରାସଗୋବିନ୍ଦପୁର କିଆଖାଳି ଗାଁର ଶଙ୍କର ବାରିକ ବୋଲି ଜଣାପଡ଼ିଛି।
ସକାଳ ସମୟରେ ଗୋରୁଚରାଳିମାନେ ମୃତଦେହ ଦେଖି ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ସନ୍ଧାନୀ କୁକୁର ସହାୟତାରେ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।