• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଖୋର୍ଦ୍ଧା: ପାରିବାରିକ ବିବାଦରୁ ଘଟିଛି ବିଭିତ୍ସ ହତ୍ୟାକାଣ୍ଡ। ଆଉ କେହି ନୁହେଁ, ହେମଦସ୍ତାରେ ଛେଚି ସ୍ତ୍ରୀ ମାରି ଦେଇଛି ସ୍ୱାମୀକୁ । ପ୍ରମାଣ ନଷ୍ଟ କରିବାକୁ ଯାଇ ମାଟିତଳେ ପୋତି ଦେଇଛି ଶବ । ଦୀର୍ଘ ତିନିମାସ ପରେ ଗାଁ ଲୋକଙ୍କୁ ମିଛି କହିବା ପରେ  ଗତକାଲି ସାମ୍ନାକୁ ଆସିଛି।  ଗାଁ ଲୋକେ ମାଟିତଳୁ ଗଳିତ ଶବ  ଉଦ୍ଧାର ପରେ ପଦାକୁ ଆସିଛି ଚାଞ୍ଚଲ୍ୟକର ସତ । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ଗାଁରେ।

ଗାଁର ଲିଲି ସାହୁ ଓ ତାଙ୍କ ସ୍ୱାମୀ ନିଧି ଗିରିଙ୍କ ମଧ୍ୟରେ ମଝିରେ ମଝିରେ ଗଣ୍ଡଗୋଳ ଲାଗେ। ଗାଁ ଲୋକେ ଯାଇ ସମାଧାନ କରନ୍ତି। ହେଲେ ଗତ ୩ ମାସ ଧରି ଗିରି ନିଖୋଜ ଥିଲେ। ଗାଁ ଲୋକେ ନିଧି ଗିରିଙ୍କ କଥା ପଚାରିବାରୁ ଲିଲି ସଠିକ୍‌ ଉତ୍ତର ଦେଇ ପାରନ୍ତି ନାହିଁ। କହନ୍ତି, କୁଆଡେ ଯାଇଛନ୍ତି କିଛି ଜଣାପଡ଼ୁନି।

ଗତକାଲି ଲିଲି ଗାଁ ଲୋକଙ୍କ ନିକଟରେ ନିଜ ଦୋଷ ସ୍ୱୀକାର କରିଛନ୍ତି। ପାରିବାରିକ ବିବାଦରୁ ହେମଦସ୍ତାରେ ଛେଚି ସ୍ୱାମୀଙ୍କୁ ହତ୍ୟା କରିବା ପରେ ପୋତି ଦେଇଥିବା କହିଥିଲେ। ଗାଁ ଲୋକଙ୍କୁ ନେଇ ପୋତିଥିବା ସ୍ଥାନ ଦେଖାଇଥିଲେ। ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଆଗରେ ମଧ୍ୟ ନିଜ ଦୋଷ ସ୍ୱୀକାର କରିଛନ୍ତି ଲିଲି।

ପୋଲିସ ଘଟଣାସ୍ଥଳ ଛାନଭିନ୍‌ କରୁଛି। ସାଇଣ୍ଟିଫିକ୍ ଟିମ୍ ବନମାଳୀପୁର ଗାଁକୁ ଯାଇ ପରୀକ୍ଷା ନିରୀକ୍ଷା କରିବା ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି।

Dead-body-found-after-3-months
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories