ଟ୍ରଲିରେ ବୁହାହେଲା ମୃତଦେହ

ସୁନ୍ଦରଗଡ଼ : ଫେଲ୍‌ ମାରିଲା ମହାପ୍ରୟାଣ ଯୋଜନା। ଟ୍ରଲିରେ ବୁହାହେଲା ମୃତଦେହ। ସୁନ୍ଦରଗଡ଼ ସହରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ। ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନୀୟ ଲୁହୁରାଢିପାରର ଟିକେଶ୍ୱର ରୋହିଦାସଙ୍କର ମୃତ୍ୟୁ ହୋଇଥିଲା।

ମୃତ୍ୟୁ ପରେ ମହାପ୍ରୟାଣ ଗାଡି ହସ୍ପିଟାଲରେ ଥିଲେ ମଧ୍ୟ ଡ୍ରାଇଭର ନେବାକୁ ରାଜି ହୋଇନଥିଲା। ଫଳରେ ଶବ ଟ୍ରଲିରେ ବୁହା ହୋଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ସିଡିଏମ୍ଓ କହିଛନ୍ତି, କିପରି ଏହି ଅଭାବନୀୟ ଘଟଣା ଘଟିଲା, ତାର ତଦନ୍ତ ପାଇଁ କମିଟି ଗଠନ କରାଯାଇଛି।

You might also like