ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ହସ୍ତକ୍ଷେପ ପରେ କତାରରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର
ଭୁବନେଶ୍ୱର: କତାରରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଓଡ଼ିଆ ଯୁବକଙ୍କ ମରଶରୀର ସ୍ୱଦେଶ ଫେରିଛି । କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ପତ୍ର ଲେଖି ମରଶରୀର ଫେରାଇ ଆଣିବାକୁ ନିବେଦନ କରିଥିଲେ ଶ୍ରୀ ପଣ୍ଡା । ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କର ମରଶରୀର ଆସି ପହଞ୍ଚିଥିଲା।
କେନ୍ଦ୍ରାପଡ଼ା ପାଟକୁରା ଥାନା ଅନ୍ତର୍ଗତ ପ୍ରଧାନ ପାଟିକିରା ଗାଁର ପ୍ରଭାତ କୁମାର ବାରିକ କତାରର ଦୋହାରେ ରହୁଥିଲେ । ଗତ ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ସେ କାମ କରୁଥିବା କମ୍ପାନୀ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ। ପରିବାର ଲୋକେ ପୁଅର ମୃତଦେହକୁ ଫେରାଇ ଆଣିବାକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ।
ଏହା ପରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ପଣ୍ଡା କତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ପତ୍ର ଲେଖି ମରଶରୀର ଭାରତ ପଠାଇବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ।