ବଜାରରେ ମିଳିବ ଏହି ୨ କରୋନା ଔଷଧ

ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବ୍ୟବହାର କରାଯାଉଥିବା Favipiravir ଟାବ୍‌ଲେଟ୍‌ ଓ Remdesivir ଇଞ୍ଜେକ୍ସନ ବିକ୍ରି ପାଇଁ Drugs Controller General of India(DCGI) ପକ୍ଷରୁ ଅନୁମତି ଦିଆଯାଇଛି। ଏଣିକି ଏହି ୨ଟି ଔଷଧ ବଜାରେ ମିଳିବ। ଏ ନେଇ ଓଡ଼ିଶା DIRECTORATE OF DRUGS CONTROL ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ ଥିଲେ ଏହି ଔଷଧ ଗୁଡ଼ିକ କିଣି ହେବ। ଚିକିତ୍ସା ଆରମ୍ଭ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଫର୍ମରେ ରୋଗୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଠାରୁ ସମ୍ମତି ପତ୍ର ଆଣିବାକୁ ପଡ଼ିବ। ଏହି ଔଷଧ ଗୁଡିକୁ ବିକ୍ରି ବେଳେ ଦୋକାନୀ ଡାକ୍ତରଙ୍କ ପ୍ରେସକ୍ରିପସନ, ରୋଗୀଙ୍କ ସମ୍ମତି ପତ୍ର, ଔଷଧ କିଣୁଥିବା ବ୍ୟକ୍ତିଙ୍କ ବାସସ୍ଥାନ ପ୍ରମାଣପତ୍ର, ଯୋଗାଯୋଗର ସମ୍ପୂର୍ଣ୍ଣ ଠିକଣାର ଫଟୋକପି ରଖିବାକୁ ପଡ଼ିବ।

ଏହାସହ ଔଷଧ ଦୋକାନୀ ପ୍ରତି ସପ୍ତାହରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଏହି ଔଷଧ ଗୁଡିକର କିଣା ବିକା ସମ୍ପର୍କରେ ଜଣାଇବେ।

You might also like