କୋଭିଡ୍‌-୧୯ ହସ୍‌ପିଟାଲ୍‌ ସ୍ଥିତି ଅନୁଧ୍ୟାନ କଲେ 5T ସଚିବ ଓ ଉନ୍ନୟନ କମିଶନର

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଜିଲ୍ଲା ବୁଲି କୋଭିଡ୍‌-୧୯ ହସ୍‌ପିଟାଲ୍‌ର ସ୍ଥିତି ଅନୁଧ୍ୟନ କରିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ 5T ସଚିବ ଭି.କେ. ପାଣ୍ଡିଆନ୍। ଗତକାଲି ଢେଙ୍କାନାଳ ଗସ୍ତ କରି କୋଭିଡ୍ ହେଲ୍‌ଥ ସେଣ୍ଟର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ଡାକ୍ତର ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିଥିଲେ କରିଥିଲେ ସଚିବ ଓ ଉନ୍ନୟନ କମିଶନର।

ଢେଙ୍କାନାଳ ସହର ବାଜି ଚୌକ ସ୍ଥିତ ପୁରୁଣା ହସ୍ପିଟାଲ କୋଠାରେ ଏହି କୋଭିଡ୍ ହେଲ୍‌ଥ ସେଣ୍ଟର ଖୋଲାଯାଇଛି। ସେଠାରେ ଥିବା ୧୦୦ଟି ବେଡ୍‌ରୁ ୬ଟି ସେମି ଆଇସିୟୁ, ୫୪ଟି ଭେଣ୍ଟିଲେଟର ବେଡ୍ ଓ ୪୦ଟି ଆଇସୋଲେସନ ବେଡ୍ ରହିଛି।

ଅନ୍ୟପଟେ ପାରାଦୀପ ବିଜୁ ଯାତ୍ରୀ ନିବାସରେ ନିର୍ମାଣାଧୀନ କୋଭିଡ୍ ହସ୍ପିଟାଲ ମଧ୍ୟ ପରିଦର୍ଶନ କରିଥିଲେ ପାଣ୍ଡିଆନ୍‌ ଓ ସୁରେଶ ମହାପାତ୍ର। ଏଠାରେ ସେମାନେ ହସ୍‌ପିଟାଲ୍‌ର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଏହି ୫୦ ବେଡ୍ ବିଶିଷ୍ଟ ହସ୍ପିଟାଲରେ ୫ଟି ଆଇସିୟୁ ରହିଛି।

ଅନୁଗୋଳ ଜିଲ୍ଲା ତାଳଚେର ନେହୁରୁ ଶତାବ୍ଦୀ ହସ୍ପିଟାଲରେ ମଧ୍ୟ କୋଭିଡ୍ ହସ୍ପିଟାଲ ନିର୍ମାଣାଧୀନ ରହିଛି। ସେଠାରେ ମଧ୍ୟ 5 T ସଚିବ ପରିଦର୍ଶନ କରି ଡାକ୍ତରଖାନା କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ଏମ୍‌ସିଏଲ୍ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ୧୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୮ଟି ଆଇସିୟୁ ରହିବ।

 

You might also like