ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଉଷ୍ମ ପ୍ରସ୍ରବଣରେ ମହାନଦୀ ବନ୍ୟା ଜଳ ପ୍ରବେଶ କରିଥିବାବେଳେ ଦୟାନଦୀରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି।
ମହାନଦୀର ଶାଖାନଦୀରେ ବନ୍ୟା ଆସିବାରୁ ଅଟ୍ରିରେ ୪ ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି।ଘାଇ ସୃଷ୍ଟି ହେବା ଫଳରେ ବାଙ୍କୀ, ତୁଳସୀପୁର ହୋଇ ଉଷ୍ଣ ପ୍ରସ୍ରବଣରେ ବନ୍ୟା ଜଳ ପ୍ରବେଶ କରିଛି।
ଅନ୍ୟପକ୍ଷେ, ଜଟଣୀର ତିରିମଲଠାରେ ଦୟାନଦୀରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ଆଜି ଭୋର ସମୟରେ ଘାଇ ସୃଷ୍ଟି ହେବାରୁ କଣାସ ବ୍ଲକର ଲୋକାପାଳ ଓ ହଳଦିଆପଡ଼ା ଅଞ୍ଚଳ ଜଳାର୍ଣ୍ଣବ ହୋଇଛି।
ପଢ଼ନ୍ତୁ: ମହାନଦୀ ବନ୍ୟାକୁ ନେଇ ବଢ଼ୁଛି ଚିନ୍ତା