ଓଡ଼ିଶାରେ ଦିନ ବେଳେ ଲାଗୁ ହୋଇପାରେ କର୍ଫ୍ୟୁ !

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୩ ଦିନ ହେବ ରାଜ୍ୟରେ ୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି। ତେଣୁ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣାପଡ଼ିଛି। ଏଭଳି କିଛି ସଙ୍କେତ ଦେଇଛନ୍ତି ବାଚସ୍ପତି।

୪/୫ ଦିନ ମଧ୍ୟରେ ରାଜ୍ୟରେ ଦିନ ସମୟରେ କର୍ଫ୍ୟୁ ଲାଗୁ ହୋଇପାରେ। ରାଜ୍ୟରେ କରୋନା ପରିସ୍ଥିତି ନେଇ ବାଚସ୍ପତି କହୁକହୁ ଏଭଳି କିଛି କହିଥିବା ଜଣାପଡ଼ିଛି। ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇପାରେ ବୋଲି ଜଣାପଡ଼ିଛି। ଏ ନେଇ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରୁଥିବା ବାଚସ୍ପତି କହିଛନ୍ତି। କରୋନା ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ବାଚସ୍ପତି କହିଛନ୍ତି।

ରାଜ୍ୟରେ କରୋନା ସ୍ଥିତିକୁ ନେଇ ବାଚସ୍ପତି କହିଛନ୍ତି, ‘ବର୍ତ୍ତମାନ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଅତି ଭୟଙ୍କର ଭାବେ ଆସୁଛି। ବିଭିନ୍ନ ରାଜ୍ୟରେ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ବର୍ତ୍ତମାନ ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ ନେଇ ଘୋଷଣା ହୋଇଛି। ହୁଏତ ଆଉ ୪/୫ ଦିନ ମଧ୍ୟରେ ଦିନ ବେଳେ କର୍ଫ୍ୟୁ ଲାଗୁ ହୋଇପାରେ। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଅନୁଧ୍ୟାନ କରୁଛନ୍ତି। ଏଭଳି କ୍ଷେତ୍ରରେ ପ୍ରତ୍ୟେକ ଲୋକ କରୋନା ଗାଇଡ୍‌ଲାଇନ୍‌ ପାଳନ କରିବା ନିହାତି ଜରୁରୀ।’

ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୨୭୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୧୯୩ ରହିଛି।

You might also like