ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ରାଜ୍ୟ ତହସିଲ ଡାଟାଏଣ୍ଟ୍ରି ଅପରେଟର ସଂଘର ବିଧାନସଭା ସମ୍ମୁଖରେ ଧାରଣା। ୧୨ ବର୍ଷ ପରେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିନଥିବାରୁ ସଂଘ ପକ୍ଷରୁ ଧାରଣା ଦିଆ ଯାଇଛି।
୨୦୦୭ ମସିହାରେ ପ୍ରାୟ ୬୦୦ ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ପାଇଥିଲେ। ୬ ବର୍ଷ ଠିକା ଭାବେ କାମ କରୁଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାପାଇଁ ନିୟମ ଥିଲେ ମଧ୍ୟ ଡାଟାଏଣ୍ଟ୍ରି ଅପରେଟରଙ୍କ କ୍ଷେତ୍ରରେ ଲାଗୁ ହୋଇନଥିବା ଅଭିଯୋଗ ହୋଇଛି।
ପୂର୍ବରୁ ସରକାରଙ୍କ ସହ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ ଏହାର ସୁଫଳ ମିଳିପାରିନାହିଁ। ଫଳରେ ବିଧାନସଭା ସମ୍ମୁଖରେ ଧାରଣା ଦେଇଛି ସଂଘ। ଦାବି ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ଡାଟାଏଣ୍ଟ୍ରି ଅପରେଟର ସଂଘ ଚେତାବନୀ ଦେଇଛି।