ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଟିକେଟ କଟିଛି। ଗତକାଲି ନବୀନ ପଟ୍ଟନାୟକ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ନାହିଁ। ଏହାକୁ ନେଇ ପୂର୍ଣ୍ଣଚନ୍ଦ୍ର ଅସନ୍ତୋ ପ୍ରକାଶ କରିଛନ୍ତି। ଏହା ମୋ ପ୍ରତି ଅନ୍ୟାୟ ବୋଲି ପୂର୍ଣ୍ଣଚନ୍ଦ୍ର କହିଛନ୍ତି।
ସେ ଆହୁରି କହିଛନ୍ତି, “ଦଳ ପାଇଁ ନିଷ୍ଠାପର ଭାବେ କାମ କରୁଥିଲି। ଏହାସତ୍ତ୍ୱେ ମୋତେ ଟିକେଟରୁ ବଞ୍ଚିତ କରାଯାଇଛି। ନିଜ ନିର୍ବାଚନ ମଣ୍ଡଳୀର କର୍ମୀଙ୍କ ସହ କଥା ହୋଇ ସେ ପରବର୍ତ୍ତୀ ପଦକ୍ଷେପ ନେବି।”
ଏଥର ବିଜେଡି ଦଶପଲ୍ଲାରେ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ଥାନରେ ରମେଶ ବେହେରାଙ୍କୁ ଟିକେଟ ଦେଇଛି।