ବର୍ଷା ଓ ଘଡ଼ଘଡ଼ି ନେଇ ଏସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜି ଅପରାହ୍ଣରେ କୁଆପଥର ମାଡ଼ ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଅପରାହ୍ଣ ୪ଟାରୁ ଏହି ବର୍ଷା ପବନ ଆରମ୍ଭ ହେବ। ଏନେଇ ଅନେକ ଜିଲ୍ଲାକୁ ସତର୍କ କରାଯାଇଛି। ଅନେକ  ଅଞ୍ଚଳରେ ଭୀଷଣ ବଜ୍ରପାତ ହେବାର ସମ୍ଭାବନା ରହିଛି।


କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ମହାକାଳପଡ଼ା, ପଟ୍ଟାମୁଣ୍ଡାଇ, ଆଳି ରାଜକନିକା  ଏବଂ ଯାଜପୁରର ବିଂଝାରପୁର, ଦଶରଥପୁର ଏବଂ ଯାଜପୁର ବ୍ଲକରେ ପ୍ରବଳ କୁଆପଥର ମାଡ଼ ସହ ବର୍ଷା ସମ୍ଭାବନା ରହିଛି।


ସେହିପରି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏନେଇ ଏସ୍‌ଆରସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

ସେହିପରି ଅପରାହ୍ଣରେ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦ୍ରାପଡା, ବାଲେଶ୍ୱର, ଜଗତସିଂହପୁର ଓ କଟକ, ଝାରୁସୁଗୁଡା, ଗଞ୍ଜାମ, ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ବଜ୍ରପାତ ନେଇ ସୂଚନା ଦିଆଯାଇଛି।

You might also like