ବିପଦ ସଙ୍କୁଳ ଅବସ୍ଥାରେ ଲକ୍ ପୋଲ

ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ

କଟକ: ବିପଦ ସଙ୍କୁଳ ଅବସ୍ଥାରେ ଟାଙ୍ଗୀ-ଚୌଦ୍ୱାର ଜେନିପୁର ଗାଁରେ ଥିବା ଲକ୍ ପୋଲ। ମହାନଦୀ ବନ୍ଧ ଉପରେ ଜଳ ନିଷ୍କାସନ ପାଇଁ ଅନେକ ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା ପୋଲଟି ମାଙ୍କଡା ପଥରରେ ନିର୍ମିତ ହୋଇଥିଲା। ହେଲେ ପୋଲ ତଳୁ ମାଟି ଓ ପଥର ଧସିଯିବାରୁ ସେଠାରେ ଘାଇ ତିଆରି ହୋଇଛି। ଫଳରେ ପୋଲ ଉପରେ ଦିଆଯାଇଥିବା ସିମେଣ୍ଟ କଂକ୍ରିଟ୍ ବାଡା ଗୁଡିକ ଭାଙ୍ଗି ଯାଇଛି।

ଏପରିକି ପୋଲ ତଳେ ଲଗାଯାଇଥିବା ଲୁହା କବାଟ ଗୁଡିକ ନଷ୍ଟ ହେବା ସହ ପାଣି ନିଷ୍କାସନ ହୋଇପାରୁନି। କେଉଁ ମୁହୁର୍ତ୍ତରେ ପୋଲ ଭାଙ୍ଗିଯିବ, ସେନେଇ ଭୟଭୀତ ଅବସ୍ଥାରେ ଗାଁଲୋକେ। ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଇନ୍ଦ୍ରାଣୀପାଟଣା ପଂଚାୟତର ଚଷାପଡ଼ାରୁ ଚୌଦ୍ୱାରକୁ ଏହି ପୋଲ ସଂଯୋଗ କରୁଥିବାବେଳେ ପ୍ରତିଦିନ ଏହା ଉପରେ ଶହଶହ ଲୋକ ଯିବା ଆସିବା କରୁଛନ୍ତି।

ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେବି କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଲୋକେ। ସେପଟେ ବିଭାଗର ନର୍ଥ ଡିଭିଜନ୍ ନିର୍ବାହୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

You might also like