ଟ୍ରାଫିକ ନିୟମକୁ ଫୁ, ରାସ୍ତାରେ ଏମିତି ଷ୍ଟଣ୍ଟ…!

ରାଉରକେଲା: ସଂଶୋଧିତ ମୋଟରଯାନ ଆଇନ ଲାଗୁ ହେବାପରେ ଟ୍ରାଫିକ ନିୟମକୁ କଡାକଡି କରାଯାଉଛି।  ଏପରିକି ଆଇନ ଉଲ୍ଲଂଘନକାରୀଙ୍କଠାରୁ କଡ଼ା ଜରିମାନା ଆଦାୟ କରାଯାଉଛି ।  କିନ୍ତୁ ଏହି ନିୟମକୁ ବେଖାତିର କରି ରାଉରକେଲାରେ ରାସ୍ତା ଉପରେ କିଛି ଯୁବକ ଅତ୍ୟନ୍ତ ବେପରୁଆ ଭାବେ ଗାଡି ଚଲାଇ ଆଇନକୁ ଚ୍ୟାଲେଞ୍ଜ ଦେଇଛନ୍ତି।

୩ଜଣ ଯୁବକ ରାଉରକେଲାର ବିଏସଏନଏଲ ଛକରୁ ମାଲଗୋଦାମ ରାସ୍ତା ମଧ୍ୟରେ ଦ୍ରୁତଗତିରେ ଗାଡ଼ି ଚଳାଉଛନ୍ତି। ଏଥି ସହିତ ଭିନ୍ନ ପ୍ରକାର ଷ୍ଟଣ୍ଟ ମଧ୍ୟ ଦେଖାଇଛନ୍ତି। କେହି ସେମାନଙ୍କର ଭିଡିଓ ରାକର୍ଡିଂ କରି ସୋଶାଲ ମିଡିଆରେ ଛାଡିଛନ୍ତି। ଏହି ଭିଡଓ ଏବେ  ଭାଇରାଲ ହୋଇଛି  ।

ପୂର୍ବରୁ କିଛି ଯୁବକ ଏରୋଡ୍ରମ ନିକଟ ପଡ଼ିଆରେ ଷ୍ଟଣ୍ଟ କରୁଥିବା ବେଳେ ଏବେ ବ୍ୟସ୍ତବହୁଳ ରାସ୍ତା ଉପରେ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି।https://youtu.be/W77UkE0pkOU

 

You might also like