ନାଚ ଗୀତ କରି ପାଠ ପଢାଇ ଚର୍ଚ୍ଚାରେ ଶିକ୍ଷୟିତ୍ରୀ
ଜଗତସିଂହପୁର : ବିଦ୍ୟାଳୟ ହେଉଛି ଏକ ଜ୍ଞାନର ମନ୍ଦିର । ଏଠି କୋମଳ ମନରେ ନୂଆନୂଆ ସମ୍ଭାବନା ଉଙ୍କି ମାରେ । ଜୀବନକୁ କିପରି ସରସ ସୁନ୍ଦର ଭାବେ ଗଢ଼ିହେବ ତାର ସୂତ୍ର ପାଏ ପିଲାଟିଏ ଏହି ସ୍କୁଲରୁ । ଆଉ ଏହାର ପ୍ରମୁଖ ସୂତ୍ରଧର ସାଜିଥାନ୍ତି ଶିକ୍ଷକମନେ । ଜଣେ ପିଲାର ଭବିଷ୍ୟତ ଗଢ଼ିବାରେ ଏହିମାନଙ୍କ ଅବଦାନ ସବୁଠୁ ଆଗରେ ।
ନାଚ ଗୀତ କରି ପାଠ ପଢାଇ ଚର୍ଚ୍ଚାକୁ ଆସିଛନ୍ତି ପୁଣି ଜଣେ ଶିକ୍ଷକ। ଜଗତସିଂହପୁର ଜିଲ୍ଲା ପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମୀନାରାଣୀ ସାହୁ ନାଚ ଗୀତ ମାଧ୍ୟମରେ ପିଲାଙ୍କୁ ପାଠ ପଢାଉଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଭିଡ଼ିଓକୁ ଦେଖିଲେ ଜାଣିପାରିବେ କେତେ ସୁନ୍ଦର ଭାବେ ସେ ଗୀତ ଗାଇ ପିଲାଙ୍କୁ ଜାତୀୟତାରେ ଉଦ୍ବୁଦ୍ଧ କରି ନାଚି ନାଚି ପଢ଼ାଉଛନ୍ତି ।
ପୂର୍ବରୁ କୋରାପୁଟରୁ ଏମିତି ଏକ ଚିତ୍ର ଆସିଥିଲା ,ଯେଉଁଠି ଜଣେ ଶିକ୍ଷକ ପିଲାଙ୍କୁ ଗୀତ ନାଚ ମାଧ୍ୟମରେ ପିଲାଙ୍କୁ ପାଠ ପଢାଉଥିଲେ। ଏବେ ଏଭଳି ନିଆରା ଢଙ୍ଗରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରି ଚର୍ଚ୍ଚାରେ ମୀନାରାଣୀ।
କିଛି ଶିକ୍ଷକ ନୂଆ ପ୍ରୟାସ ଆରମ୍ଭ କରି ପାଠ ପଢ଼ାନ୍ତି। କୋମଳମତି ପିଲାଙ୍କ ମନରେ ପଠନର ଏକ ସ୍ଫୃହା ଗଠନ କରିବା ସହ ସ୍କୁଲ୍ରେ ଖୁସି ଆନନ୍ଦରେ ପାଠ ପଢ଼ିବାର ବାତାବରଣ ତିଆରି କରିଛନ୍ତି। ପୁରୁଣା ଢ଼ାଞ୍ଚାକୁ ଛାଡ଼ି ଏବେ ସ୍କୁଲର ଶିକ୍ଷକ ନୂଆ ଢ଼ାଞ୍ଚା ଆପଣେଇଛନ୍ତି। ଆଉ ଏହା ମଧ୍ୟ ଖୁବ୍ ସ୍ୱାଗତଯୋଗ୍ୟ ହୋଇପାରିଛି ।
ଦେଖନ୍ତୁ ଭିଡ଼ିଓ :