ବିଜେଡିର ବରିଷ୍ଠ ନେତା ଦାମ ରାଉତଙ୍କ ଅାଉ ଏକ ବାଣ

୧୭ କୋଟି ନୁହେଁ, ୧୦୦ କୋଟି ଟଙ୍କାର ଚାରା ଘୋଟାଲା

ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ଅାଉ ଏକ ବାଣ। ୧୭ କୋଟି ନୁହେଁ, ୧୦୦ କୋଟି ଟଙ୍କାର ଚାରା ଘୋଟାଲା ହୋଇଥିବା ଅଭିଯୋଗ ଅାଣିଛନ୍ତି ଦାମ। ଗତକାଲି ଗୃହରେ କୃଷିମନ୍ତ୍ରୀଙ୍କ ଉତ୍ତର ଉପରେ ଅାଜି ଦାମ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ୧୭ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସରକାର ସ୍ୱୀକାର କରିଛନ୍ତି।

ମୟୂରଭଂଜ ଜିଲ୍ଲା ପାଇଁ ୫୯ କୋଟିର ଅର୍ଗାନିକ ସାର ଅାସିଥିଲା। ଗଛ ମୂଳରେ ସାର ଦିଅାଯାଇଥାନ୍ତା, ଗଛ କିନ୍ତୁ ଲାଗି ନଥିଲା। ୪ ଜଣିଅା କମିଟି କରି ସେ  ଘଟଣାର ତଦନ୍ତ କରାଇଥିଲେ ବୋଲି କହିଛନ୍ତି ଦାମ। ଦୁର୍ନୀତିରେ ସଂପୃକ୍ତ ଭଦ୍ରଲୋକଙ୍କୁ ସେ ସସ୍‌ପେଣ୍ଡ କରିଥିଲେ। ସସ୍‌ପେଣ୍ଡ ସହ ତାଙ୍କୁ ଜେଲ ପଠାଯିବା ଦରକାର ବୋଲି ଚାହିଁଥିଲେ।

ତେବେ ସଂପୃକ୍ତ ବ୍ୟକ୍ତି ଜଣକ ତାଙ୍କ ଗଡ୍ ଫାଦର ପାଖେ ପହଞ୍ଚିବା ପରେ ଅଭୟବାଣୀ ପାଇଥିଲେ। ଗଡ୍ ଫାଦର ତାଙ୍କୁ ପ୍ରମାଣ ପାଇଁ ୧୫/୨୦ ଦିନ ଲାଗିବ ବୋଲି କହିଥିଲେ। ୧୫/୨୦ ଦିନ ତାଙ୍କ ମନ୍ତ୍ରୀ ପଦ ରହିବ ତ କହିଥିଲେ ଗଡ୍ ଫାଦର। ଖାଲି ମୟୂରଭଂଜ ନୁହେଁ, ଅନେକ ଜିଲ୍ଲାରେ ମଧ୍ୟ ଚାରା ସ୍କାମ୍‌ ହୋଇଛି ବୋଲି ଅଭିଯୋଗ ଅାଣିଛନ୍ତି ଦାମ। ତେବେ ଏନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି।

You might also like