ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଦାମ

ପାରାଦୀପ: ପାରାଦୀପ କୁଜଙ୍ଗ ଜଳଧରପୁରରେ ସ୍ୱାଭିମାନ ସମାବେଶରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ ବର୍ଷିଛନ୍ତି।

ବିଜୁ ଜନତା ଦଳ ଆଜି ଓଡ଼ିଶାବାସୀଙ୍କ କାଳ ବୋଲି ଦାମ କହିଛନ୍ତି। ଖାଲି ଏତିକି ନୁହେଁ ପ୍ରତାପ ଜେନାଙ୍କ ଉପରେ ମଧ୍ୟ ଦାମୋଦର ରାଉତ ବର୍ଷିଛନ୍ତି।

ପ୍ରତାପ ଜେନା ତାଙ୍କ ନିର୍ବାଚନମଣ୍ଡଳୀ ରୁ ଦୁଇ ତିନି ଥର ମାଡ଼ ଖାଇ ସାରିଲେଣି। ଫଳରେ ସେ ସେଠିକୁ ଆଉ ନଯାଇ ତାଙ୍କ ନିର୍ବାଚନମଣ୍ଡଳୀକୁ ଯାଉଛନ୍ତି ବୋଲି ଦାମ କହିଛନ୍ତି।

ସେପଟେ, ରାହାମାରେ ବିଜେଡି ଜନ ସଂପର୍କ ପଦଯାତ୍ରାରେ ପ୍ରତାପ ଜେନା ଓ ଦେବାଶିଷ ସାମନ୍ତରାୟ  ମିଳିତ ଭାବେ ଦାମଙ୍କୁ ଟାର୍ଗେଟ କରିଛନ୍ତି।

ଅନ୍ୟପଟେ, ପାରାଦୀପରୁ ପରୋକ୍ଷରେ ଲଢ଼ିବାକୁ ଦେବାଶିଷ ସାମନ୍ତରାୟ ସୂଚନା ଦେଇଛନ୍ତି।

You might also like