ପୁଣି ବାଣ ମାରିଲେ ଦାମ, କହିଲେ ପାଣ୍ଡିଆନ୍‌ ଏମିତି ବି କରିଥିଲେ

ଭୁବନେଶ୍ୱର: ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ ପୁଣିଥରେ ବାଣ ମାରିଛନ୍ତି। ଏଥର ଦାମ ବାଣ ମାରି ପ୍ରସ୍ତାବିତ ଭାଗଚାଷୀ ଆଇନର ଗୁମର ଖୋଲିଛନ୍ତି। ପାଣ୍ଡିଆନ୍‌ଙ୍କ ଯୋଗୁଁ ପ୍ରସ୍ତାବିତ ଭାଗଚାଷୀ ଆଇନ କାର୍ଯ୍ୟକାରୀ ହୋଇପାରି ନଥିବା ସେ କହିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦାମ କହିଛନ୍ତି ଯେ ଭାଗଚାଷୀ ଆଇନ କାର୍ଯ୍ୟକାରୀ କମିଟିରେ ସେ ସଦସ୍ୟ ଥିଲେ। ୨୦୧୭ ସେପ୍ଟେମ୍ବର୍‌ ମାସରେ ଆଇନ ପାଇଁ ଅଧ୍ୟାଦେଶ ନିଷ୍ପତ୍ତି ହୋଇଥିଲେ। କିନ୍ତୁ ସେତେବେଳେ ପାଣ୍ଡିଆନ୍ ମନା କରିଛନ୍ତି ବୋଲି ମହେଶ୍ୱର ମହାନ୍ତି କହିଥିବା ଦାମ ଅଭିଯୋଗ କରିଛନ୍ତି।

ଖାଲି ସେତିକି ନୁହେଁ, ମନ୍ତ୍ରୀ ସୂର୍ଯ୍ୟପାତ୍ର ମଧ୍ୟ ‘ସାର୍ ମନା କରିଛନ୍ତି ଏବଂ କାହିଁକି ଆଇନ କାର୍ଯ୍ୟକାରୀ କରିବା’ ବୋଲି କହିଥିବା ଦାମ ଅଭିଯୋଗ ଆଣିଛନ୍ତି।

ଆଇନ ନ ହେବାରୁ ଲକ୍ଷ ଲକ୍ଷ ଭାଗଚାଷୀ ଶୋଷିତ ହେଉଛନ୍ତି। ଯେଉଁଠି ଧପାବାଜ ଓ ହିପୋକ୍ରାସୀ ଅଛି, ସେଠି ବିକାଶ ହେବନି ବୋଲି ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଦାମ।

 

You might also like