ବିଧାନସଭାରେ ବଦଳିଲା ଦାମଙ୍କ ସିଟ୍‌

ଭୁବନେଶ୍ୱର: ବିଧାନସଭାରେ ବିଧାୟକଙ୍କ ସିଟ୍‌ରେ ଅଦଳବଦଳ। ବିଜେଡିରୁ ବହିଷ୍କୃତ ହେବା ପରେ ବିଧାନସଭା ଗୃହ ମଧ୍ୟରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ସିଟ୍‌ ମଧ୍ୟ ବଦଳିଛି । ପୂର୍ବରୁ ସେ ଗୃହର ବ୍ଲକ୍‌ Dର ୩ନମ୍ବର ସିଟ୍‌ରେ  ବସୁଥିଲେ। ଏବେ ସେ  ବ୍ଲକ୍‌ Fର ୧୦ନମ୍ବର ସିଟ୍‌ରେ ବସିବେ।

ସେହିପରି ବ୍ଲକ୍‌ Fର ୭ନମ୍ବର ସିଟ୍‌ରେ ବିଜୟ କୁମାର ନାୟକ ଓ ବ୍ଲକ୍‌ Fର ୮ନମ୍ବର ସିଟ୍‌ ସିଟ୍‌ରେ ଲକ୍ଷ୍ମଣ ମୁଣ୍ଡା ବସିବେ।

ବିଧାୟକ ଜର୍ଜ ତିର୍କୀଙ୍କ ପାଖରେ ବସିବେ ଦାମ ରାଉତ । ତେବେ ଦାମୋଦର ରାଉତ ଆଜି ବିଧାନସଭାକୁ ଆସି ନାହାନ୍ତି। ତେଣୁ ଜଣାପଡ଼ିନି ସେ କେଉଁଠି ବସିବେ।

You might also like