ହିତାଧିକାରୀଙ୍କୁ ପୋକରା ଚାଉଳ ଦିଆଯାଉଥିବା ଅଭିଯୋଗ

ରାୟଗଡ଼ା: ଚାଉଳରେ ପୋକ ସାଲୁବାଲୁ। ଖାଇବା ତ ଦୂରର କଥା ଦେଖିଲେ ବି ଘୃଣା ଲାଗିବ। ଏତେ ନିମ୍ନମାନର ଯେ, ହାତରେ ଘଷିଲେ ବି ଗୁଣ୍ଡ ହୋଇଯାଉଛି। ହେଲେ ଏମିତି ଚାଉଳ ଗରିବ ହିତାଧିକାରୀ ଖାଉଛନ୍ତି। ଜାତୀୟ ଖାଦ୍ୟ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଏଭଳି ନିମ୍ନମାନର ଚାଉଳ ମିଳୁଥିବା ଅଭିଯୋଗ ହୋଇଛି। ରାୟଗଡା ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।

ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ କୁଜେନ୍ଦ୍ରୀ ପଞ୍ଚାୟତରେ ୩ ମାସ ହେଲାଣି ହିତାଧିକାରୀଙ୍କୁ ପୋକ ସାଲୁବାଲୁ ଚାଉଳ ମିଳୁଥିବା ଅଭିଯୋଗ ହୋଇଛି।  ଖାଲି ନିମ୍ନମାନର ଚାଉଳ ମିଳୁଛି ତା ନୁହେଁ, ଚାଉଳ ଓ କିରୋସିନି ଓଜନରେ ବି ଠକେଇ ହେଉଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି। ତେବେ ଏନେଇ ପ୍ରଶାସନକୁ ଜଣାଇଥିଲେ ବି କେଣି ଶୁଣୁନଥିବା ଅଭିଯୋଗ ହୋଇଛି।

ସେପଟେ ହିତାଧିକାରୀଙ୍କ ଅଭିଯୋଗକୁ ଗ୍ରାମରୋଜଗାର ସେବକ ଖଣ୍ଡନ କରିଛନ୍ତି। ବ୍ଲକ୍‌ ଯୋଗାଣ ନିରୀକ୍ଷକ କହିଛନ୍ତି, ଭଲ ଚାଉଳ ଦିଆଯାଇଛି। ଯଦି ଅଭିଯୋଗ ଆସେ ତେବେ ହିତାଧିକାରୀଙ୍କ ଅଭିଯୋଗ ପ୍ରତି ଗୁରୁତ୍ୱ ଦେବାକୁ ପଞ୍ଚାୟତକୁ କୁହାଯାଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି।

You might also like