• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

କଟକ :  ଝଡ଼ ଝାଡ଼ିଦେଲା ସିଲଭରସିଟି କଟକର ଚମକ। ମାତ୍ର କେଇଘଣ୍ଟାର ତାଣ୍ଡବରେ ବଦଳାଇଦେଲା ଐତିହାସିକ ସହରର ଚେହେରା। ପୁରୁଣା ଗଛ, ଲାଇନ୍ ଖୁଣ୍ଟ ସବୁ ମାଟିରେ ଲୋଟିଛି।

କାହା ଘରର ଛାତ ଉଡ଼ି ଯାଇଛି ତ କେଉଁଠି ମାଟିରେ ମିଶିଯାଇଛି ଭଙ୍ଗା କାନ୍ଥ। ପୁଣି କିଏ ବାତ୍ୟା କବଳରୁ ବଞ୍ଚି ଯାଇଥିବା ସମ୍ବଳକୁ ସାଉଁଟୁଛି। କଟକର ସବୁ ଗଳି, ସାହି ଏବଂ ବସ୍ତିରେ ଚିତ୍ର ଏକାଭଳି।

ପ୍ରକୃତିର କୋପକୁ ଅନୁଭବ କରିଛି, ସହିଛି କଟକ। ଅତି ପରିଚିତ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍, ଏସ୍‌ସିବି ମେଡିକାଲ୍ କଲେଜ, ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲ୍, ବାରବାଟୀ ଦୁର୍ଗ, ହାଇକୋର୍ଟ ହେଉ କି ରେଳ ଷ୍ଟେସନ ସବୁଠି ଫୋନିର ପ୍ରକୋପ, ବ୍ୟାପକ କ୍ଷୟକ୍ଷତି।

ଝଡ଼ ମାଡ଼ରେ ଏସ୍‌ସିବି କାଡିୟୋଥୋରାସିସ୍ ବିଭାଗ ଆଇସିୟୁ ଭାଙ୍ଗିଯିବା ସହ ମେଡିକାଲର ଏକାଧିକ ବିଭାଗ କ୍ଷତିଗସ୍ତ ହୋଇଛି। ରେଳ ଷ୍ଟେସନ୍‌ରେ ଯାତ୍ରୀଙ୍କ ସୂଚନା ପାଇଁ ଉଦ୍ଦିଷ୍ଟ ସ୍ପିକର ସବୁ ଅକାମୀ ହୋଇଯିବାରୁ ଯାତ୍ରୀ ଭୋଗୁଛନ୍ତି ସମସ୍ୟା।

ବାତ୍ୟା ଫୋନିରେ କଟକ ସହରରେ ସର୍ବାଧିକ ପ୍ରଭାବିତ ହୋଇଛି ବିଦ୍ୟୁତ୍ ସେବା। ରାସ୍ତା ଉପରେ ଲୋଟୁଛି ଲାଇନ୍ ଖୁଣ୍ଟ। କେବେ ସ୍ୱାଭାବିକ ହେବ। କାହାକୁ ଜଣାନାହିଁ।

 

Damage-in-cuttack-by-cyclone-fani
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories