ଦଳରୁ ବହିଷ୍କାର ପରେ ନବୀନଙ୍କୁ ଦାମଙ୍କ ସିଧା ହମ୍‌ଲା

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ନବୀନଙ୍କୁ ସିଧା ହମ୍‌ଲା କରିଛନ୍ତି। ସେ ଆକ୍ରମଣକୁ ଶାଣିତ କରି କହିଛନ୍ତି ନବୀନ ଯେତେ ଶୀଘ୍ର ଓଡ଼ିଶାରୁ ଯିବେ ରାଜ୍ୟର ମଙ୍ଗଳ ହେବ। ନବୀନ ପଟ୍ଟନାୟକ ନିଜର ସ୍ଥିତି ରକ୍ଷା କରିବାପାଇଁ ଯେଭଳି ନୀତି ବଦଳାଉଛନ୍ତି ତାହା ବିଜୁ ବାବୁଙ୍କ ଆଦର୍ଶର ପରିପନ୍ଥୀ। ବିଜୁବାବୁଙ୍କ ଆଦର୍ଶକୁ ନେଇକି ଆମେମାନେ ଯେଉଁ ରାଜନୀତି କରୁଥିଲୁ ସେ ଜଣ ଜଣ କରି ପ୍ରାୟ ସମସ୍ତଙ୍କୁ ବିଦା କରିସାରିଲେଣି। ବର୍ତ୍ତମାନ ଯେଉଁମାନଙ୍କୁ ସାଙ୍ଗରେ ରଖିଛନ୍ତି ସେମାନେ କେହି ବିଜୁ ବାବୁଙ୍କୁ ଦେଖିନାହାନ୍ତି, ତାଙ୍କ ସାଙ୍ଗରେ କାମ କରିନାହାନ୍ତି, ବିଜୁବାବୁଙ୍କୁ ବିରୋଧ କରୁଥିଲେ। ଅଧିକାଶଂଙ୍କର ରାଜନୀତିରେ ପ୍ରବେଶ ହେଉଛି ଦୁର୍ନୀତିରୁ, ସେମାନଙ୍କର ନୀତି ଆଦର୍ଶ କିଛି ନାହିଁ, ରାଜ୍ୟବାସୀଙ୍କ ପ୍ରତି ପ୍ରତିବଦ୍ଧତା ନାହିଁ ଏବଂ ସେମାନଙ୍କୁ ନବୀନ ବାବୁ କିଭଳି ତାଙ୍କ ପାଖକୁ ନେଉଛନ୍ତି?

ଏପଟେ ବିଜୁ ଜନତା ଦଳ କରିଛନ୍ତି, କିନ୍ତୁ ବିଜୁ ବାବୁଙ୍କ ବିରୋଧୀମାନଙ୍କୁ ଆଣି ତାଙ୍କ ଚାରିପାଖରେ ଭେଳେଇଛନ୍ତି। ବିଜୁ ବାବୁଙ୍କ ଅନୁଗତମାନଙ୍କୁ ଦଳରୁ ବିଦା କରିଦେଇଛନ୍ତି।

ମୁଁ ତାଙ୍କ ପାଖକୁ ଯାଇ ନଥିଲି। ସେ ମୋତେ ଡାକି ମିଶାଇଥଲେ। ନବୀନ ସ୍ଥିତି ରକ୍ଷା ପାଇଁ ନୀତି ବଦଳାଉଛନ୍ତି ଏବଂ ବିଜୁ ଆଦର୍ଶର ଏହା ପରିପନ୍ଥୀ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ବିଜୁ ବାବୁଙ୍କ ନାଁ ବିକି ଦଳେ ଲୋକ ଓଡ଼ିଶାକୁ ଲୁଟ୍ କରୁଛନ୍ତି।

You might also like