ଧର୍ମେନ୍ଦ୍ରଙ୍କୁ ଦାମଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର: ଛେରା ପହଁରାକୁ ସ୍ୱଚ୍ଛ ଭାରତ ସହ ତୁଳନା କରି ସୋଶାଲ୍ ମିଡିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୋଷ୍ଟ କରିଥିଲେ। ଏହି ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଡା. ଦାମୋଦର ରାଉତ।

ଏସବୁ ନିଜର ଅହଙ୍କାର ଛଡ଼ା ଅାଉ କିଛି ନୁହେଁ ବୋଲି ଦାମ କହିଛନ୍ତି। ପୂର୍ବରୁ ମୋଦିଙ୍କ ନବକଳେବର ପୁରୀରୁ ହେବ ବୋଲି କହିଥିଲେ। ଏସବୁ ଅହଙ୍କାରକୁ ଜଗନ୍ନାଥ ସହ୍ୟ କରିବେ ନାହିଁ ବୋଲି ସେ କହିଛନ୍ତି। ସେପଟେ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରାରେ ଛେରାପହଁରା ନୀତି ସଂପୂର୍ଣ୍ଣ ଅଲଗା। ତା’ ଭିତରେ ସ୍ୱଚ୍ଛ ଭାରତକୁ ଅାଣିବା ଏବଂ ଏହାକୁ ରାଜନୀତିକରଣ କରିବାକୁ ସେବାୟତ ପସନ୍ଦ କରନ୍ତି ନାହିଁ।

ତେବେ ଦାମଙ୍କ ଏହି ମନ୍ତବ୍ୟ ଉପରେ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

You might also like