ଦାମ କହିଲେ, ‘ବିଷ୍ଣୁ ଦାସଙ୍କ କଥାରେ କ’ଣ ମୁଁ ଇସ୍ତଫା ଦେବି’

ଭୁବନେଶ୍ୱର: ବିଷ୍ଣୁଦାସଙ୍କୁ ପୁଣି ଦାମଙ୍କ ଟାର୍ଗେଟ୍। ସେ କହିଛନ୍ତି, ‘ଯଦି ସରକାରଙ୍କର କିଛି ନୀତି ନିୟମ ଅଛି, ଦୁର୍ନୀତି ଅଭିଯୋଗ ମୋ ନାଁରେ ପ୍ରମାଣ ହୋଇଛି ମୋର ସଭ୍ୟ ପଦ ରଦ୍ଦ କରି ଦେଉନାହାନ୍ତି। ଆଉ ବିଷ୍ଣୁ ଦାସଙ୍କ କଥାରେ କ’ଣ ମୁଁ ଇସ୍ତଫା ଦେବି। ଜଗତସିଂହପୁରରେ ସେ ଜଣେ ଘୃଣିତ ବ୍ୟକ୍ତି। ଖାଲି ନଷ୍ଟ ଚରିତ୍ର ନୁହେଁ, ଦୁର୍ନୀତିଗ୍ରସ୍ତ। ଯିଏ ବାର୍ଦ୍ଧକ୍ୟ ଭତ୍ତାରୁ ମଧ୍ୟ ପଇସା ନିଅନ୍ତି। ଏହାକୁ ସମସ୍ତେ ଜାଣିଛନ୍ତି’।

ତାଙ୍କ ପୁଅକୁ ବିଜେଡି ପାରାଦୀପରୁ ପ୍ରାର୍ଥୀ ଭାବେ ଛିଡା କରିବା ପ୍ରଶ୍ନରେ ସେ ଉତ୍ତର ରଖି କହିଛନ୍ତି ‘ମୋ ନିର୍ବାଚନର ଲୋକମାନେ ଯଦି କହିବେ, ନାହିଁ କେବଳ ଆପଣ ଛିଡ଼ା ହେବେ, ଆଉ କେହି ହେଲେ ଆମେ ଭୋଟ ଦେବୁ ନାହିଁ, ମୁଁ ଛିଡ଼ା ହେବି। ତ ମୁଁ ଛିଡା ହେଲେ ଯଦି ଶାସକ ଦଳ ବିଜେଡି ମୋ ପୁଅକୁ ଟିକେଟ୍‌ ଦିଏ ପୁଅ ତାର ନିଷ୍ପତ୍ତି ନେବ। ତେବେ ମୋର ଏ ବିଶ୍ୱାସ ଅଛି ସେ ମୋ ପୁଅ, ସେ କଳ୍ପତରୁ ଦାସଙ୍କ ପୁଅ କି ଅଶୋକ ଦାସଙ୍କ ପୁଅ ନୁହେଁ। ତେଣୁ ସେ କ’ଣ କରିବ ମୁଁ କାହିଁକି ସେ ବିଷୟରେ ଚିନ୍ତା କରିବି।’

You might also like