ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ଦାମ ରାଉତ

ଭୁବନେଶ୍ୱର : ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ବରିଷ୍ଠ ନେତା ଦାମୋଦର ରାଉତ। ମୁଖ୍ୟମନ୍ତ୍ରୀଙ୍କ ମନର ଭାଷା ତାମିଲ। ପାଣ୍ଡିଆନ୍ ଯାହା ଲେଖୁଛନ୍ତି ସେ ପଢ଼ୁଛନ୍ତି ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ନବୀନଙ୍କୁ ମୁଁ ଚୋର କହିବାରୁ ଦଳରୁ ବାହାରିଛି ବୋଲି କହିଛନ୍ତି ଦାମ। ଦୁର୍ନୀତି, କୁଶାସନ, ଭ୍ରଷ୍ଟାଚାରରୁ ମୁକ୍ତି ପାଇଁ ଲୋକେ ଚିନ୍ତା କଲେଣି ବୋଲି ଦାମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏଥିସହ ନିଜର ରାଜନୈତିକ ଭବିଷ୍ୟତ ନେଇ ମଧ୍ୟ ମତ ରଖିଛନ୍ତି ଦାମ। ୭୭ ବର୍ଷ ହେଲାଣି, ୪୪ ବର୍ଷ ହେଲା ରାଜନୀତି କରୁଛି। ଭବିଷ୍ୟତ ଆଉ କଣ ବୋଲି କହିଛନ୍ତି। ସେପଟେ ଦାମଙ୍କ ମନ୍ତବ୍ୟକୁ ନେଇ ଜବାବ ରଖିଛି ବିଜେଡି। ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ଦାମ ବାବୁ ଅନେକ ସମୟରେ ଅନେକ ମନ୍ତବ୍ୟ ଦେଉଛନ୍ତି। ସେ ଯେଉଁ ଆକଳନ କରୁଛନ୍ତି, ତାହା ଭୁଲ ହେବ ବୋଲି ସେ କହିଛନ୍ତି।

You might also like